ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
·2 years ago

ନିମାପଡା : କୋଣାର୍କ ପିପିଲି ରାସ୍ତାର ଗୋପ ବାୟାକୁଦା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା I ଜଣେ ମୃତ ଦୁଇ ଜଣ ଗୁରୁତର I ଦ୍ରୁତ ଗତିରେ କୋଣାର୍କ ଯାଉଥିବା କାର ବାଇକକୁ ଧକ୍କା ଦେବାସହ ଦୁଇଜଣ ଫୁଲ ତୋଳୁଥିବା ମହିଳାଙ୍କୁ ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ବଡମଠ ଗ୍ରାମର ରେଣୁ ବେହେରା ୭୦ ବର୍ଷ ଙ୍କର ମୃତ୍ୟୁ ଘଟିଛି I ଦୁର୍ଘଟଣାରେ ବାୟାକୁଦା ଗ୍ରାମର ରଂଜିତା ବେହେରା ଗୁରୁତର ହୋଇଥିବା ବେଳେ ଦୁର୍ଘଟଣା ଘଟାଇ ଥିବା କାରଟି ବାଇକକୁ ଧକ୍କା ଦେଇଥିଲା ।
ଅଧିକ ପଢନ୍ତୁ : ତିନି କର୍ମଚାରୀଙ୍କୁ ଦଳି ଦେଲା ଟ୍ରକ୍
ଘଟଣା ସ୍ଥଳରେ ପୋଇତରା ଗ୍ରାମର ନିରଞ୍ଜନ ପ୍ରଧାନ ବାଇକ ଆରୋହୀ ଗୁରୁତ୍ବର ହୋଇଛନ୍ତି।ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ଗୋପ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: