ବିଦ୍ୟୁତ ସଂସ୍ପର୍ଶରେ ଆସି ବାପ-ପୁଅ ମୃତ
·1 year ago

ଅର୍ଗସ ବ୍ୟୁରୋ: ଆଜି ସକାଳେ ଯାଜପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକାସାଙ୍ଗରେ ବାପ-ପୁଅଙ୍କ କୋକେଇ ଉଠିଛି। ବିଦ୍ୟୁତ୍ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ହୋଇଛି।
ସକାଳେ ଚାଷଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ ବାପ-ପୁଅ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଉଭୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଯାଜପୁର ରୋଡ୍ ମାନଗୋବିନ୍ଦପୁର ବେଙ୍ଗପାଟିଆ ଗାଁ ପାଖ ବିଲରେ ଏଭଳି ଅଘଟଣ ଘଟିଛି। ବାପା ଗଣେଶ ମଣ୍ଡଲ ଓ ପୁଅ ଆଶୁତୋଷ ମଣ୍ଡଲ। ଉଭୟଙ୍କ ମୃତ୍ୟୁ ଖବର ପାଇବା ପରିବାର ଲୋକ ଭାଙ୍ଗିପଡ଼ିଛନ୍ତି। ସେପଟେ ବାପ-ପୁଅଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: