ବାପା ମାଡ଼ରେ ବିବାହିତ ଝିଅ ଗୁରୁତର
·2 years ago·1 min read

ଅର୍ଗସ ବ୍ୟୁରୋ: ବାପା ମାଡ଼ରେ ଜଣେ ବିବାହିତ ଝିଅ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ।
ଘଟଣାରୁ ପ୍ରକାଶ ଯେ, କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବହୁଗ୍ରାମ ପଞ୍ଚାୟତ ଅଧୀନ ଜମାଲପୁର ଗ୍ରାମରେ ଗୋକୁଳ କୁମାର ସିହ୍ନାଙ୍କ ଘରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାଙ୍କ ପାଖରେ ବିବାହିତ ଝିଅ ଗାୟତ୍ରୀ ଜେନା ଓ ନାତୁଣୀ ରହୁଥିଲେ। ଆଜି ଗାୟତ୍ରୀଙ୍କୁ ଗୁରୁତର ରକ୍ତାକ୍ତ ଅବସ୍ଥାରେ କେନ୍ଦ୍ରାପଡା କେନାଲ ପାଖରୁ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ଉଦ୍ଧାର କରି ଘରକୁ ଖବର ଦେବାସହ ଗୁରୁତର ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
ଉଦ୍ଧାର କରିଥିବା ଯୁବକଙ୍କ କହିବା କଥା ଗାୟତ୍ରୀଙ୍କ ବାପା ବାଡେଇକି ଏଭଳି କରିଛନ୍ତି ବୋଲି ଝିଅ ଗାୟତ୍ରୀ କହିଛନ୍ତି। ସେପଟେ ମଧ୍ୟ ଝିଅ ମଧ୍ୟ ବାପାଙ୍କୁ କାମୁଡ଼ିଥିବା ତାଙ୍କ ବାପା କହିଛନ୍ତି। ତେବେ ମାଡ଼ ମାରିବା ପଛର କାରଣ କଣ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: