Videos
|
Odisha

ଜ୍ଵାଇଁର ଆକ୍ରମଣରେ ଶ୍ୱଶୁର ମୃତ୍ୟୁ ଓ ଶାଶୁ ଗୁରୁତ୍ୱର

Rashmita Mishra
Browse all articles by Rashmita Mishra
·1 year ago·1 min read
ଜ୍ଵାଇଁର ଆକ୍ରମଣରେ ଶ୍ୱଶୁର ମୃତ୍ୟୁ ଓ ଶାଶୁ ଗୁରୁତ୍ୱର

ଅର୍ଗସ ବ୍ୟୁରୋ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜ୍ଵାଇଁର ଆକ୍ରମଣରେ ଶ୍ୱଶୁର ମୃତ୍ୟୁ ଓ ଶାଶୁ ଗୁରୁତ୍ୱର । ସୂଚନା ଅନୁଯାୟୀ, ପାରିବାରିକ ସମସ୍ୟାକୁ ନେଇ ଏପରି ଘଟଣା ଘଟିଥିବା ନେଇ ସାନ ଝିଅ ସୁମିତ୍ରା ବୈପାରି କହିଛନ୍ତି। ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ତଳଚମ୍ପି ଗ୍ରାମର ଲୋଚନ ବୈପାରି ବୋଲି ଜଣା ପଡ଼ିଛି। ଲକ୍ଷ୍ମୀପୁର ଠାରେ କୁଲିମଜୁରୀ ସହ ଖଳାସୀ ଭାବେ କାମ କରି ରୋହିଆସୁଥିଲେ ।

ଏକ ବର୍ଷ ତଳେ ଲୋଚନଙ୍କ ଝିଅ ପୋପି ବୈପାରି ଝଲାଗୁଡା ଗ୍ରାମର କୃଷ୍ଣ ଯାନୀଙ୍କୁ ବିବାହ କରିଥିଲେ। ଦିନ ଦିନ ଧରି ପାରିବାରିକ କଳହ ପାଇଁ  ବାପା ଘରେ ରହି ଆସୁଥିଲେ।ଏହାକୁ ନେଇ ଅତିଷ୍ଠ ହୋଇ ବିଳମ୍ବିତ ରାତିରେ ଶ୍ଵଶୁର ଓ ସ୍ତ୍ରୀ ରହୁଥିବା ଘରକୁ ଆସି ପ୍ରଥମେ ଢେଲା ପଥର ମାରିଥିଲେ ତାପରେ ଶଶୁରକୁ ଜାକିରୋଡ଼ରେ ମରଣାନ୍ତକ ଆକ୍ରମଣ କରି ହତ୍ୟା କଲେ।ଘଟଣା ସ୍ଥଳରେ ହିଁ ଲୋଚନଙ୍କ ମୃତ୍ୟୁ ହୋଇଥିବା ବେଳେ ଶାଶୁ ବଦିଲି ବୈପାରିକୁ ମଧ୍ୟ ଆକ୍ରମଣ କରିଥିଲେ।ଏହି ଖବର ପାଇ ଲକ୍ଷ୍ମୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଆହାତ ହୋଇ ଥିବା ବଦିଲି ବୈପାରି ଏବଂ ପୋପି ବୈପାରିଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Father-in-law dies and mother-in-law dies in son-in-law's attack | Argus News