Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଘରେ ସ୍ତ୍ରୀ, 8 ବର୍ଷର ପୁଅ; ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ ସ୍ୱାମୀ

Odisha

ଘରେ ସ୍ତ୍ରୀ, 8 ବର୍ଷର ପୁଅ; ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ ସ୍ୱାମୀ

Smruti Parija
Browse all articles by Smruti Parija
·1 year ago·1 min read
ଘରେ ସ୍ତ୍ରୀ, 8 ବର୍ଷର ପୁଅ; ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ ସ୍ୱାମୀ

ଭଦ୍ରକ: ପୁଅର ପ୍ରଥମ ସ୍ତ୍ରୀ ଥାଇ ମଧ୍ୟ କୋର୍ଟରେ ଅନ୍ୟ ଏକ ମହିଳାଙ୍କୁ ଦ୍ୱିତୀୟ ବିବାହ କରୁଥିବା ଜାଣି ବାପ ପୁଅକୁ ବିଚ ବଜାରରେ ଘୋଷାରି ଘୋଷାରି ଥାନାରେ ଜିମା ଦେଲା । ଏଭଳି ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବଜାରରେ । 

ବାସୁଦେବପୁର ବ୍ଲକ ଏଡ଼ଟାଲ ଗ୍ରାମର ବିଷ୍ଣୁମୋହନ ଜେନାଙ୍କ ପୁଅ ଅଜୟ ଜେନା ସହିତ ସେହି ଗ୍ରାମର ତୁଳସୀ ଜେନାଙ୍କୁ 10 ବର୍ଷ ତଳେ ବୈଦିକ ରୀତିରେ ବିବାହ ହେଇଥିଲା । ସେମାନଙ୍କର ଏକ 8 ବର୍ଷର ପୁଅ ରହିଛି । କିନ୍ତୁ ସ୍ବାମୀ ନିଜ ସ୍ତ୍ରୀ ର ଅଜାଣତରେ ଚାନ୍ଦିମାଳ ଅଞ୍ଚଳରେ ଗୋଟିଏ ସ୍ତ୍ରୀ ଲୋକ ସାଙ୍ଗରେ ଅନୈତିକ ସମ୍ପର୍କ ରଖିଥିଲେ । କିନ୍ତୁ ଏହି ସମ୍ପର୍କ ଏତେ ନିବିଡ ହୋଇଯାଇଥିଲା ଯେ ସେ ତାର ପ୍ରଥମ ସ୍ତ୍ରୀଙ୍କୁ ଛାଡି ଚାନ୍ଦିମାଳ ଅଞ୍ଚଳର ଜୈନିକ ସ୍ତ୍ରୀ ଲୋକ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ମନ ସ୍ଥିର କରିଥିଲା । 

ଏ ବିଷୟରେ ପ୍ରଥମ ସ୍ତ୍ରୀ କିଛି ବି ଜାଣିନାହାନ୍ତି । କାହାକରିକୁ କିଛି ନ କହି କୋର୍ଟ ମ୍ୟାରେଜ୍ କରିବାକୁ ଯାଉଥିବା ସମୟରେ କୌଣସି ସୂତ୍ରରୁ ଅଜୟଙ୍କର ପ୍ରଥମ ସ୍ତ୍ରୀ ଏହି ବିବାହ ବାବଦରେ ଖଵର ପାଇଥିଲେ । ସେ ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ନିଜ ଶ୍ଵଶୁର ଓ ପୁଅଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଅର ଏହିଭଳି କାର୍ଯ୍ୟକୁ ଦେଖି ରାଗରେ ନିଜ ପୁଅକୁ ବିଚ୍ ରାସ୍ତାରେ ଘୋଷାଡି ଘୋଷାଡି ଆଣି ବାସୁଦେବପୁର ପୋଲିସରେ ଜିମା ଦେଇଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିଲା । ଅପରପକ୍ଷରେ ଅଜୟ ଓ ଚାନ୍ଦିମାଳର ସମ୍ପୃକ୍ତ ମହିଳାଙ୍କ ପାଖରୁ ଏହି ଘଟଣା ବାବଦରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
father-reached-when-he-got-to-know-his-son-going-to-marry-for-the-second-time | Argus News