Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାପାଙ୍କ ଶବ ସତ୍କାର ବେଳେ ପୁଅ ହେଲା ଶବ 

Odisha

ବାପାଙ୍କ ଶବ ସତ୍କାର ବେଳେ ପୁଅ ହେଲା ଶବ 

Manini Pattanayak
Browse all articles by Manini Pattanayak
·2 years ago·1 min read
ବାପାଙ୍କ ଶବ ସତ୍କାର ବେଳେ ପୁଅ ହେଲା ଶବ 

କୋରାପୁଟ: ବାପାଙ୍କ ଶବ ସତ୍କାର ପାଇଁ ପ୍ରସ୍ତୁତ କରିବା ବେଳେ ପୁଅ ଶବ ପାଲଟିଗଲା। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ କାମତା ଅଞ୍ଚଳରେ। ଲକ୍ଷଣ ମଣ୍ଡଳ କୋରାପୁଟରେ ମୃତ୍ୟୁ ବରଣ କରିଥିଲେ ତାଙ୍କୁ ନିଜ ଗ୍ରାମ କାମତା କୁ ଶବ ସତ୍କାର ପାଇଁ ଆଣିଥିଲେ ପରିବାର ଲୋକେ।

ଆଜି ସକାଳୁ ସକାଳୁ ଶବ ସତ୍କାର ପାଇଁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କ ପୁଅ ବେଣୁଧର ମଣ୍ଡଳଙ୍କ ମୁଣ୍ଡ ଉପରେ ଏକ ଗଛର ଡାଳ ପଡି ଯାଇଥିଲା ଗଭୀର ଆଘାତ ଲାଗିବା ଫଳରେ ସଙ୍ଗେ ସଙ୍ଗେ ପରିବାର ଲୋକେ ବୋରିଗୁମ୍ମା ମେଡ଼ିକାଲ କୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପ୍ରଚାର ପରେ କାମତା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗୋଟିଏ ଜୁଇରେ ବାପା ପୁଅକୁ ଶବ ସତ୍କାର ହେବା ଘଟଣା ସତରେ ହୃଦୟ ବିଦାରକ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
father,son's death together in koraput | Argus News