କଳି ଖାଲି ଆଜିର ନୁହେଁ ପ୍ରତିଦିନ ପାଣି ପାଇଁ ଏଠି ହୁଏ ଟଣାଓଟରା

ଅର୍ଗସ ବ୍ୟୁରୋ: ପାଣି ପାଇଁ କଳି। କଳି ଖାଲି ଆଜିର ନୁହେଁ ପ୍ରତିଦିନ ପାଣି ପାଇଁ ଏଠି ହୁଏ ଟଣାଓଟରା । ଟଣା ଓଟରା ହୁଏ ମୁନ୍ଦାଏ ପାନୀୟ ଜଳ ପାଇଁ। ଆମକୁ ଦେଖିଲେ ହସ ଲାଗୁଥିଲେ ମଧ୍ୟ ଉପାନ୍ତରେ ଦେଖିବାକୁ ମିଳିଛି ଏମିତି ଜଳ କଷ୍ଟ। ମୁଣ୍ଡ ଉପରେ ଦୁଃଖର ପାହାଡ଼ ଲଦି ହୋଇଥିବା ଉପାନ୍ତ ଅଞ୍ଚଳରେ ଏ ହେଉଛି ଶୋଷର କରୁଣ କାହାଣୀ। ସୁନ୍ଦରଗଡ ସଲ ପଞ୍ଚାୟତ ବିଂଜିଖଲ ଗାଁର ଜଲଜଲି ପଡ଼ା ରୁ ସାମ୍ନାକୁ ଆସିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ।
ଗାଁକୁ ଯିବାକୁ ରାସ୍ତା ନାହିଁ । ସେଥିପାଇଁ ବୋଧେ ବିକାଶ ଏଠି ଅପହଞ୍ଚ। ସମ୍ବଲପୁର ସିମାନ୍ତରୁ ୩ କିଲୋମିଟର ମାଟି ଚଲା ରାସ୍ତା ଦେଇ ଗଲେ ପଡେ ଜଲଜଲି ପଡ଼ା । ପାହାଡ଼ ପର୍ବତ ଘେରା ଏହି ଗାଁରେ ବାସକରନ୍ତି ୨୫ରୁ ଉର୍ଦ୍ଧ ଆଦିବାସୀ ପରିବାର। ମାତ୍ର ଆଶ୍ଚର୍ଯ୍ୟର କଥା ଏବେବି ବାହ୍ୟ ଜଗତରୁ ବିଛିନ୍ନ ଏହି ଗାଁ। ପାଣି, ଶିକ୍ଷା, ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସେବାରୁ ବଞ୍ଚିତ ଏଠାକାର ଲୋକେ।
ପୋଡ଼ୁ ଚାଷ ଅଞ୍ଚଳବାସୀଙ୍କ ଉପାର୍ଜନର ମୁଖ୍ୟ ମାଧ୍ୟମ। ନହେଲେ ଲୋକେ ଦାଦନ ଖଟିବାକୁ ଯାଆନ୍ତି। ଜଙ୍ଗଲ ଜାତୀୟ କନ୍ଦ ଫଳମୂଳ ଏମାନଙ୍କର ମୁଖ୍ୟ ଆହାର। ତେବେ ସରକାର ତୁରନ୍ତ ଗାଁ ସମସ୍ୟାର ସମାଧାନ ନକଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଅଛି ପ୍ରଚୁର ପରିମାଣରେ ଖଣିଜ ପାଣ୍ଠି । ମାତ୍ର ଆଶ୍ଚର୍ଯ୍ୟ କଥା ଏହି ଜିଲ୍ଲାରେ ହିଁ ଉପାନ୍ତବାସୀଙ୍କୁ କରାଯାଉଛି ଅଣଦେଖା। ଏଠି ଅବହେଳିତ ଜନଜାତି। ସରକାରୀ ସହାୟତା ଏମାନଙ୍କ ପାଇଁ ସାତ ସପନ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର:

