Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇଂରେଜ ଶାସନ, କୁସଂସ୍କାର, ଅନ୍ଧବିଶ୍ୱାସ ଓ କ୍ରୀତଦାସ ପ୍ରଥା ବିରୁଦ୍ଧରେ ଲଢ଼ୁଥିଲେ: ମନମୋହନ ସାମଲ

Odisha

ଇଂରେଜ ଶାସନ, କୁସଂସ୍କାର, ଅନ୍ଧବିଶ୍ୱାସ ଓ କ୍ରୀତଦାସ ପ୍ରଥା ବିରୁଦ୍ଧରେ ଲଢ଼ୁଥିଲେ: ମନମୋହନ ସାମଲ

Smruti Parija
Browse all articles by Smruti Parija
·1 year ago·2 min read
ଇଂରେଜ ଶାସନ, କୁସଂସ୍କାର, ଅନ୍ଧବିଶ୍ୱାସ ଓ କ୍ରୀତଦାସ ପ୍ରଥା ବିରୁଦ୍ଧରେ ଲଢ଼ୁଥିଲେ: ମନମୋହନ ସାମଲ

Key Points

    ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ
    ପାରମ୍ପରିକ ଜମି ଅଧିକାର, ସାଂସ୍କୃତିକ ତଥା ଧାର୍ମିକ ବିଶ୍ୱାସର ସୁରକ୍ଷା ପାଇଁ ସେ ବ୍ରିଟିଶ ଶାସନ ବିରୁଦ୍ଧରେ ନିରନ୍ତର ଯୁଦ୍ଧ କରୁଥିଲେ

ଭୁବନେଶ୍ୱର: ଇଂରେଜ ଶାସନ, କୁସଂସ୍କାର, ଅନ୍ଧବିଶ୍ୱାସ ଓ କ୍ରୀତଦାସ ପ୍ରଥା ବିରୁଦ୍ଧରେ ଜଣେ ଯୋଦ୍ଧାଭାବେ ଅଦମ୍ୟ ସାହସ ଓ ପ୍ରଶଂସନୀୟ ଉତ୍ସାହର ମୂର୍ତିମନ୍ତ ପ୍ରତୀକ ହେଉଛନ୍ତି ବିର୍ସା ମୁଣ୍ଡା । ଜନଜାତି ସଂପ୍ରଦାୟ ତାଙ୍କୁ ବିର୍ସା ଭଗବାନ ଆଖ୍ୟା ଦେଇ ସମ୍ମାନ କରି ଆସିଛନ୍ତି । ଆଦିବାସୀ ଓ ଜନଜାତିଙ୍କ ପାଇଁ ବିର୍ସା ମୁଣ୍ଡାଙ୍କ ଅନ୍ତର ନିରନ୍ତର କାନ୍ଦୁଥିଲା । ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ । ଲୋକଙ୍କୁ ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ପ୍ରେରଣା ଯୋଗାଇଥିଲେ । ପାରମ୍ପରିକ ଜମି ଅଧିକାର, ସାଂସ୍କୃତିକ ତଥା ଧାର୍ମିକ ବିଶ୍ୱାସର ସୁରକ୍ଷା ପାଇଁ ସେ ବ୍ରିଟିଶ ଶାସନ ବିରୁଦ୍ଧରେ ନିରନ୍ତର ଯୁଦ୍ଧ କରିଆସିଥିଲେ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ “ବିର୍ସା ମୁଣ୍ଡା” ପୁଣ୍ୟତିଥୀରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ବିର୍ସା ମୁଣ୍ଡା ୧୮୫୭ମସିହା ନଭେମ୍ବର ୧୫ତାରିଖରେ ଝାଡଖଣ୍ଡର ରାଂଚି ଜିଲ୍ଲାର ଉଲିହାଟୁ ଗାଁରେ ମୁଣ୍ଡା ଜନଜାତିରେ ଜନ୍ମ ଗ୍ରହଣ କରିଥିଲେ । ୧୮୯୪ରେ ଶ୍ରୀ ମୁଣ୍ଡା ଦୁର୍ଭିକ୍ଷ ଏବଂ ମହାମାରୀ ପରେ ବ୍ରିଟିଶଙ୍କୁ ଜନତାଙ୍କ ଉପରୁ କର ଛାଡ ପାଇଁ ଆନ୍ଦୋଳନ କରିଥିଲେ । ଊନବିଂଶ ଶତାବ୍ଦୀରେ ଦେଶରେ ଇଂରେଜ ଶାସନ କାଳରେ ବିର୍ସା ମୁଣ୍ଡା ଝାଡଖଣ୍ଡର ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକାଠି କରି ବିପ୍ଳବ ଆରମ୍ଭ କରିଥିଲେ । ୨୫ବର୍ଷ ବୟସରେ ହିଁ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଡି ଥିଲେ ନୂଆଫର୍ଦ୍ଦ । ୧୮୯୭ ରୁ ୧୯୦୦ରେ ଶ୍ରୀ ମୁଣ୍ଡା ବ୍ରିଟିଶ ସହିତ ଲଢ଼ିଥିଲେ । ଅଗଷ୍ଟ ୧୮୯୭ଖୁଂଟି ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ । ଏହାପରେ ୧୮୯୮ରେ ଟାଙ୍ଗୀ ନଦୀ ଉପକୂଳରେ ବ୍ରିଟିଶ ସୈନ୍ୟଙ୍କ ସହିତ ମୁହାଁମୁହିଁ ହୋଇଥିଲେ । ୧୯୦୦ ମସିହା ଜାନୁୟାରୀ ମାସରେ ଡୋମ୍ବାଡି ପାହାଡ ଉପରେ ପୁନଃର୍ବାର ବ୍ରିଟିଶ ସୈନିକଙ୍କ ସହ ମୁହାଁମୁହିଁ ହୋଇଥିଲେ ଓ ଦୁଇ ମାସ ପରେ ଗିରଫ ହୋଇ ରାଂଚି ଜେଲ୍‌ରେ ରହିଥିଲେ । ଜୁନ୍ ୯ରେ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜିର ଦିନରେ ତାଙ୍କର ଏହି ସ୍ମୃତିକୁ ମନେ ପକାଇଥିଲେ ଶ୍ରୀ ସାମଲ ।

ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ, ନିର୍ବାଚନ ରାଜ୍ୟ ପ୍ରଭାରୀ ବିଜୟ ପାଲସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ବିଧାୟକ ରବି ନାୟକ, ନିତ୍ୟାନନ୍ଦ ଗଣ୍ଡ, ମୋହନ ମାଝୀ, ଇରାଶିଷ୍ ଆଚାର୍ଯ୍ୟ, ଫକୀର ନାୟଙ୍କ ସମେତ କାର୍ଯ୍ୟକର୍ତାମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ସଭାକୁ ଧନ୍ୟବାଦ ଜଣାଇଛନ୍ତି ଡ. ପୂର୍ଣ୍ଣଚନ୍ଦ୍ର ମଲ୍ଲିକ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Fighting against Irish rule, prejudice, superstition and slavery: Manmohan Samal | Argus News