ଅଧ ରାତିରେ ବୁନୁ-ବାୟାଁ ଗୋଷ୍ଠୀ ମାରପିଟ୍ : କଥା ପହଞ୍ଚିଲା ଥାନାରେ
·2 years ago·1 min read

ଅର୍ଗସ ବ୍ୟୁରୋ: ରାତିଅଧରେ ବାୟାଁ-ବୁନୁ ଗୋଷ୍ଠୀ ମୁହାଁମୁହିଁ । ଭୁବନେଶ୍ୱର କେଶରୀ ହଲ୍ ପାଖରେ ଉଭୟ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ କର୍ମୀଙ୍କୁ କିଛି ଯୁବକ ଟିକେଟ ନେଇ କମେଣ୍ଟ କରିଥିଲେ । ପରେ ଅମରେଶ ଜେନା ପହଂଚି କିଏ କମେଣ୍ଟ କରିଛି ବୋଲି ପାଟିତୁଣ୍ଡ କରିଥିଲେ ।
ଏତିକିରେ ବିରୋଧୀ ଗୋଷ୍ଠୀର 10 ଜଣ ଯୁବକ ଆସି ପାଟିତୁଣ୍ଡ କରିବା ସହ ଗଣ୍ଡଗୋଳ କରିଥିଲେ । ପିସିଆର ଆସି ଉଭୟ ଗୋଷ୍ଠୀଙ୍କୁ ବୁଝାଇ ସ୍ଥିତି ନିୟନ୍ତ୍ରଣ କରିଥିଲା । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ଉଭୟ ବାୟା-ବୁନୁ ଟିକେଟ୍ ନେବାକୁ ନେଇ ନବୀନ ନିବାସ ଆଗରେ ଲଗାଉଛନ୍ତି ଭିଡ଼ । ଗତକାଲି ବିଜେଡି ପକ୍ଷରୁ ଟିକେଟ୍ ଘୋଷଣା ହୋଇଥିଲେ ବି ଭୁବନେଶ୍ୱର ମଧ୍ୟ ପାଇଁ ଏବେ ଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

