ଜିଲ୍ଲାପାଳ ନେବେ ଖରାଛୁଟି ନିଷ୍ପତ୍ତି

ଅର୍ଗସ ବ୍ୟୁରୋ: ରାଜ୍ୟର ସ୍କୁଲ ଗୁଡ଼ିକର ଗ୍ରୀଷ୍ମ ଛୁଟି ନିଷ୍ପତ୍ତି ବଦଳିଲା। ପାଗ ଦେଖି ଜିଲ୍ଲାପାଳ ନେବେ ସ୍କୁଲ ଖୋଲିବା ନିଷ୍ପତ୍ତି। ପାଣିପାଗ ଦେଖି ଜିଲ୍ଲାପାଳ ସମୟ ନିର୍ଘଣ୍ଟ ପରିବତ୍ତନ କରିବେ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଦେଶ ବଳବତ୍ତର ରହିବ।
ପ୍ରବଳ ଗୁଳୁଗୁଳିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିଲା। ଯେଉଁଠି ପାଗ ଅନୁକୂଳ ଥିବ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ସ୍କୁଲ ଖୋଲା ରହିବ। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ସୂଚନାକୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତି ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର