Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆନ୍ତଃ ବିଦ୍ୟାଳୟ ଚେସ୍  ପ୍ରତିଯୋଗିତାରେ ଦୁଇଭାଇଙ୍କ କମାଲ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଆନ୍ତଃ ବିଦ୍ୟାଳୟ ଚେସ୍  ପ୍ରତିଯୋଗିତାରେ ଦୁଇଭାଇଙ୍କ କମାଲ 

କଟକ:  ଆନ୍ତଃ ବିଦ୍ୟାଳୟ ଚେସ୍  ପ୍ରତିଯୋଗିତାରେ ଦୁଇଭାଇଙ୍କ କମାଲ । କଟକ ଏସ୍ ଆର ଚେସ୍ ସେଣ୍ଟର ପକ୍ଷରୁ ଫୁଲନଖରା ସ୍ଥିତ ଗ୍ରାଣ୍ଡ ବଜାର ପରିସରରେ ହୋଇଛି ପ୍ରତିଯୋଗିତା । ପ୍ରଥମ ଗ୍ରାଣ୍ଡ ମିନି ସିଟି ରାଜ୍ୟସ୍ତରୀୟ ଆନ୍ତଃ ବିଦ୍ୟାଳୟ ଚେସ୍  ପ୍ରତିଯୋଗିତାରେ ଯାଜପୁରର ଦୁଇ ଜାଁଳା ଭାଇ ପ୍ରିୟାଂଶ ଦାସ ଓ ଶ୍ରୀୟାଂଶ ଦାସ ଯଥାକ୍ରମେ ଚାମ୍ପିୟନ ଓ ରନର୍ସଅପ ହୋଇଛନ୍ତି । ପ୍ରିୟାଂଶଙ୍କୁ୧୫ ହଜାର ନଗଦ ଅର୍ଥ ସହ କିଙ୍ଗ ଟ୍ରଫି ଏବଂ ଶ୍ରୀୟାଂଶଙ୍କୁ ୧୦ ହଜାର ନଗଦ ଅର୍ଥ ସହ କୁଇନ ଟ୍ରଫି ପ୍ରଦାନ କରିଛନ୍ତି ମୁଖ୍ୟ ଅତିଥି ଓଡିଶା ହାଇକୋର୍ଟ ବିଚାରପତି ଭି. ନରସିଂହ ।

ପ୍ରତିଯୋଗିତାରେ ୫୦ ଜଣ ଫିଡେ ରେଡେଡ ଖେଳାଳି, ୬୦ ଜଣ ବାଳିକା ପ୍ରତିଯୋଗୀଙ୍କ ସହ ଶତାଧିକ ସ୍କୁଲର ୨୪୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରତିଯୋଗିତାର ଶେଷ ରାଉଣ୍ଡରେ ପ୍ରଥମ ଟେବୁଲରେ ଦୁଇ ଭାଇଙ୍କ ମଧ୍ୟରେ ହୋଇଥିଲା ସଂଘର୍ଷପୂର୍ଣ୍ଣ ଲଢ଼େଇ । ଦୁଇ ଭାଇ ପ୍ରଥମ ଦୁଇ ସ୍ଥାନରେ ରହିଥିବାବେଳେ ତୃତୀୟ ସ୍ଥାନରେ କେନ୍ଦ୍ରାପଡ଼ାର ଉଦୟମାନ ଖେଳାଳି ଆୟୂଷ ଆରଣ ମହାପାତ୍ର ରହିଥିଲେ । ତାଙ୍କୁ  ୭ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Finally, two brothers win the school chess competition | Argus News