Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାଣନ୍ତୁ ଆଜିର ତାଜା ଖବର, ସଂକ୍ଷେପରେ...

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଜାଣନ୍ତୁ ଆଜିର ତାଜା ଖବର, ସଂକ୍ଷେପରେ...

୧- ୫୧ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା । ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 
୨- ଭୁବନେଶ୍ବର ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ସାଂଘାତିକ ଅଭିଯୋଗ ଆଣିଲେ ପରିବାର । ମୃତକ ହେଉଛନ୍ତି ସୁମନ୍ତ ପଣ୍ଡା । ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ   ।
୩- ଆଜି ଦିନିକିଆ ଝାଡଖଣ୍ଡ ଗସ୍ତରେ ଯି
ବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଧରିବେ ପ୍ରଚାର ମଙ୍ଗ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ମାରାଥନ ସଭା ଓ ରୋଡ ଶୋ କରିବାର ରହିଛି କାର୍ଯ୍ୟକ୍ରମ। 
୪- ବଦଳିବ ନର୍ସିଂ ଅଫିସରଙ୍କ ଡ୍ରେସ୍ କୋଡ୍ । ନର୍ସିଂ ଅଫିସର ଓ ବରିଷ୍ଠ ନର୍ସିଂ ଅଫିସର ମାନଙ୍କ ସ୍ବତନ୍ତ୍ର ଡ୍ରେସ୍ କୋଡ୍ କରାଯାଇଛି । ଡ୍ରେସ୍ କୋଡ୍ ପାଇଁ ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ କରାଯାଇଥିଲା ଦାବି ।
୫-  ରାତି ଅଧରେ ବ୍ୟାଙ୍କ ଲୁଟିଲେ ଦୁର୍ବୁତ୍ତ...ଗ୍ୟାସ କଟରରେ ଝରକା ତାଡ଼ି ନେଇଗଲେ ଲକ୍ଷାଧିକ ଟଙ୍କା...ବାଲେଶ୍ବର ଜିଲ୍ଲା ବାଲିଆପାଳରେ ଥିବା  ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ହୋଇଛି ଲୁଟ୍ ।
୬-  ରୁଷିଆ-ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ପାଇଁ ଉଦ୍ୟମ .... ରୁଷିଆର ରାଷ୍ଟ୍ରପତିଙ୍କ ସହ କଥା ହେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ... ଯୁଦ୍ଧକୁ ଅଧିକ ଆଗକୁ ନ ବଢାଇବାକୁ କହିଲେ ଆମେରିକା ରାଷ୍ଟ୍ରପତି ।
୭-ଦୁଇ ଦିନିଆ ଭାରତ ଗସ୍ତରେ ଋଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ ...ଭାରତ ଏବଂ ଋଷର ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ୍ କରିବାକୁ ବିଭିନ୍ନ ବୈଠକରେ ଦେବେ ଯୋଗ ।
୮- ପୂର୍ବ କ୍ୟୁବାରେ ଭୂକମ୍ପ ଝଟକା। ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଛି । ଯାହାର ତୀବ୍ରତା ଥିଲା ୬.୮ ।  ଅନେକ ଘର ଓ ବିଦ୍ୟୁତ ତାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ।
୯- ଆଜି କାର୍ତ୍ତିକ ମାସର ଶେଷ ସୋମବାର, ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ଧବଳେଶ୍ୱର । ପୀଠରେ ଲାଗିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି  । 
୧୦- ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଯୋଗ ଦେବାକୁ ମନା କରିଛି। ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳି ନଥିବା ଦର୍ଶାଇ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ନ ଯିବାର ନିଷ୍ପତ୍ତି ନେଇ ଆଇସିସିକୁ ମେଲ କରିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Find out today's breaking news, in details | Argus News