ଜାଣନ୍ତୁ ଆଜିର ଖବର ସଂକ୍ଷେପରେ..

୧- ପଶ୍ଚିମବଙ୍ଗ ବିଧାନସଭାରେ ଅପରାଜିତା ମହିଳା ଓ ଶିଶୁ ବିଲ୍ ପାସ୍ । ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା । ୧୦ ଦିନରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ପାଇଁ ପ୍ରାବଧାନ ।
୨- ରାଜ୍ୟରେ ଆରମ୍ଭ ହେଲା ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ... ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ସଂଗଠନରେ ନୂଆ ସଦସ୍ୟ ଯୋଡିବାକୁ ଆରମ୍ଭ ହେଲା ଡ୍ରାଇଭ୍ .
୩-୧୭ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ସୁଭଦ୍ରା ଯୋଜନା ଟଙ୍କା ବାଣ୍ଟିବାର ରହିଛି କାର୍ଯ୍ୟକ୍ରମ । ଏନେଇ ଲୋକ ସେବା ଭବନରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।
୪- ଛତିଶଗଡ ଦାନ୍ତେଓ୍ବାଡାରେ ଏନକାଉଣ୍ଟର । ୯ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।
୫- ବନ୍ଧା ହେଲେ କୋଟିପତି ଖଣିବାବୁ । ତାଳଚେର ମାଇନ୍ସ ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଗିରଫ କରିଛି ଭିଜଲାନ୍ସ । ଭୁବନେଶ୍ବରରେ ୧ କୋଟି ୩୦ ଲକ୍ଷ ଟଙ୍କାର ଫ୍ଲାଟ୍ ସହ ୧୮୦୦ ସ୍କୋୟାର ଫୁଟର ଡୁପ୍ଲେକ୍ସ ଠାବ ।
୬- ହାଇକୋର୍ଟ ବେଞ୍ଚକୁ ନେଇ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ । କହିଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି । ଲୋକଙ୍କୁ ତ୍ବରିତ ଗତିରେ ନ୍ୟାୟ ଦେବା ପାଇଁ ସରକାର ବଦ୍ଧପରିକର ।
୭- ଆରବ ସାଗରରେ ବଡ଼ ଦୁର୍ଘଟଣା: ଇଣ୍ଡିଆନ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ପାଇଲଟ୍ ନିଖୋଜ ।
୮- ତିନି ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ ବ୍ରୁନେଇର ଦାରୁସାଲାମ୍ ଗସ୍ତ କରି ସେଠାକାର ରାଷ୍ଟ୍ରମୁଖ୍ୟଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ ।
୯- ବିଧାନସଭାରେ 5-T କାମ ର ପୋଲ୍ ଖୋଲିଲେ ପଂଚାୟତିରାଜ ମନ୍ତ୍ରୀ । କହିଲେ, ତାଙ୍କ ନିର୍ବାଚନ ମଣ୍ଡଳୀରେ 5-T ରେ ସ୍କୁଲ ଗୁଡିକରେ ଯେଉଁ କାମ ହୋଇଛି ତାହା କେବଳ ରଙ୍ଗ ଓ ପୁଟି ମରାଯାଇଛି । ପୂର୍ବ ସରକାରରେ ଓ୍ବାନମ୍ୟାନ ଆର୍ମି ହିଁ ଥିଲେ ସର୍ବେସର୍ବା॥
୧୦- ବଲିଉଡ୍ ଡେବ୍ୟୁ କରିବେ ସାଉଥ ସୁନ୍ଦରୀ କୀର୍ତ୍ତି ସୁରେଶ । ‘ବେବି ଜନ୍’ ଫିଲ୍ମରେ ଆସିବେ ନଜର । ତାଙ୍କ ବିପକ୍ଷରେ ରହିବେ ବଲିଉଡ ଚକଲେଟ୍ ହିରୋ ବରୁନ୍ ଧାୱନ ।