Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାରିପଦା ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ

Odisha

ବାରିପଦା ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ

Smruti Parija
Browse all articles by Smruti Parija
·1 year ago·1 min read
ବାରିପଦା ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ

ମୟୂରଭଞ୍ଜ:  ବାରିପଦା ସହରରେ ଥିବା "ସାଇ ହସ୍ପିଟାଲ" ନାମକ ଏଟ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ । ଇଲେକ୍ଟ୍ରିକ ସଟସର୍କିଟରୁ ନିଆଁ ଲାଗିଥିବା ନେଇ ଅନୁମାନ । ରାତି ପାଖାପାଖି ୩.୫୦ ମିନିଟ୍ ସମୟରେ ନର୍ସିଂହୋମର ଦ୍ବିତୀୟ ମହଲାରେ ରହିଥିବା ଆଇସିୟୁର ଡ୍ୟୁଟି ରୁମରେ ଲାଗିଥିଲା ନିଆଁ ।  ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ନର୍ସିଂହୋମରେ ଅଳ୍ପ ରୋଗୀ ଚିକିତ୍ସିତ ହେଉଥିବାବେଳେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣା ପଡିଛି । ଅଗ୍ନିକାଣ୍ଡ ବିଭାଗ ନିଆଁ ଓ ଧୂଆଁକୁ ସମ୍ପୂର୍ଣ୍ଣ ଆୟତ୍ତକୁ ନେଇଥିବା ନେଇ ସୂଚନା ଦେଇଛନ୍ତି ।

କଟକର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ

ନିକଟରେ କଟକର ତ୍ରିସା ନର୍ସିଂହୋମ୍ ରେ ନିଆଁ ଲାଗିଥିଲା । ଯେଉଁଥିରେ ଜଣେ 12 ଦିନର ଶିଶୁର ମୃତ୍ୟୁ ହୋଇଥିଲା । ଅଗ୍ନିକାଣ୍ଡ ର ପ୍ରକୃତ କାରଣ କଣ , ହସ୍ପିଟାଲରେ ଅଗ୍ନିନିର୍ବାପକ ବ୍ୟବସ୍ଥା ଥାଇ ମଧ୍ୟ କାହିଁକି ଠିକଣା ସମୟ ରେ ବ୍ୟବହାର ହୋଇପାରିଲା ନାହିଁ । ହସ୍ପିଟାଲ କର୍ତୃପକ୍ଷ ଅଗ୍ନିନିର୍ବାପକ ବ୍ୟବସ୍ଥା କୁ ଠିକ ଭାବେ କାହିଁକି ବ୍ୟବହାର କରିପାରିଲେ ନାହିଁ। ଏମିତି ଅନେକ ପ୍ରଶ୍ନ ଏବେ ସାମନାକୁ ଆସିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Fire at a private nursing home in Baripada | Argus News