Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲୁବ୍ରିକାଣ୍ଟ ଓ ଫେବ୍ରିକେସନ ଦୋକାନରେ ଅଗ୍ନିକାଣ୍ଡ, ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

Smruti Parija
Browse all articles by Smruti Parija
·2 years ago·1 min read
ଲୁବ୍ରିକାଣ୍ଟ ଓ ଫେବ୍ରିକେସନ ଦୋକାନରେ ଅଗ୍ନିକାଣ୍ଡ, ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଭୁବନେଶ୍ୱର:  ଲୁବ୍ରିକାଣ୍ଟ ଓ ଫେବ୍ରିକେସନ ଦୋକାନରେ ଅଗ୍ନିକାଣ୍ଡ । ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର କ୍ଷତି । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ଛକରେ ଆଜି ସକାଳୁ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । 

ନିମାପଡ଼ା-ସରଦେଇପୁର ରାସ୍ତାର ଚଣାହଟ୍ଟା ଛକରେ ଥିବା ରଘୁନାଥ ଜେନାଙ୍କ ଲୁବ୍ରିକାଣ୍ଟ ଦୋକାନ କୌଣସି କାରଣରୁ ହଠାତ ଅଗ୍ନି ସଂଯୋଗ ହୋଇଥିଲା । ଦୋକାନ ଭିତରେ ମୋବିଲ, ଗାଡ଼ି ପାର୍ଟସ ଏବଂ ଅନ୍ୟାନ୍ୟ ସାମଗ୍ରୀ ହୁତୁହୁତ ହୋଇ ଜଳିଥିଲା । 

ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ସେତେବେଳକୁ ବହୁ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିଲା । ସେହି ଦୋକାନକୁ ଲାଗି ଥିବା ପ୍ରତାପ ଜେନାଙ୍କ ମହାବୀର ଫେବ୍ରିକେସନ ପ୍ରଭାବିତ ହୋଇଛି । ପ୍ରତାପଙ୍କ ୪ ଟି ୱେଲଡିଂ ମେସିନ, ୩ଟି ଡ୍ରିଲ୍ ମେସିନ, ଜେନେରେଟର ୧, ବାଇକ ୪  ଏବଂ ନଗଦ 1 ଲକ୍ଷ ଟଙ୍କା ଅନ୍ୟାନ୍ୟ ସାମଗ୍ରୀ ପ୍ରାୟ ପୋଡ଼ି ପାଉଁଶ ହୋଇଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Fire at Lubricant and Fabrication Shop, goods worth over Rs 10 lakh burnt to ashes | Argus News