ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ବଡଧରଣର ଅଘଟଣ
·2 years ago·1 min read

ଅର୍ଗସ ବ୍ୟୁରୋ: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ। ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ବଡଧରଣର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ଘଟି ଜଳିଗଲା ଦଶରୁ ଉର୍ଦ୍ଧ୍ବ ଫାଇବର ବେରିକେଡ ଓ କେବଲ୍। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କେହି ପାଖକୁ ଯିବାକୁ ଭୟ କରୁଥିଲେ। ଅଗ୍ନିକାଣ୍ଡ ଯୋଗୁଁ ନାକଚଣା ଦ୍ୱାର ସମ୍ମୁଖ ଗଛ ଓ ଅନ୍ଯାନ୍ଯ ଜିନିଷ ଜଳିଯାଇଛି।
ତେବେ ଆଜି ନିମାପଡା ଓ କାକଟପୁରରେ ନିର୍ବାଚନ ଥିବାରୁ ଏସପି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଯାଉଥିବାରୁ ଏଭଳି ଘଟଣା ତାଙ୍କ ନଜରକୁ ଆସିଥିଲା। ଫଳରେ ସେ ତୁରନ୍ତ ଦମକଳ ଅଫିସକୁ ଫୋନ୍ କରିଥିଲେ। ଦମକଳ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା। ତେବେ ଅଗ୍ନିକାଣ୍ଡରେ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଓ ପାଚେରୀ କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡ ଧୁଆଁ ଓ ତାତିରେ କଳା ପଡିଯାଇଛି। ତେବେ ଏଠାରେ କିଭଳି ନିଆଁ ଲାଗିଲା ଓ କିଏ ଲଗାଇଲା ତାହା ଜଣାପଡିନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: