Videos
|
Odisha

କଟକର ଏକ ଘରୋଇ ନର୍ସିଂହୋମରେ  ଅଗ୍ନିକାଣ୍ଡ

Manini Pattanayak
Browse all articles by Manini Pattanayak
·2 years ago
କଟକର ଏକ ଘରୋଇ ନର୍ସିଂହୋମରେ  ଅଗ୍ନିକାଣ୍ଡ

କଟକ: କଟକର ଏକ ନର୍ସିଂହୋମରେ ନିଆଁ। ପୁରୀଘାଟ  ଥାନା ନିକଟ ନର୍ସିଂହୋମର ୩ୟ ମହଲାରେ ଏହି  ନିଆଁ ଲାଗିଛି।  ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି  ଦୁଇଟି  ଦମକଳ ବାହିନୀ। ତେବେ ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ । କଟକ ପୁରିଘାଟ ତ୍ରିସା ହସ୍ପିଟାଲ । 

୮ରୁ ଅଧିକ ଗୁରୁତର ରୋଗୀ  ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଏହାଛଡ଼ା ସାଧାରଣ ବେଡ୍‌ରେ ମଧ୍ୟ ବହୁ ରୋଗୀ ଚିକିତ୍ସିତ ହେଉଥିଲେ। ତେବେ ଆଜି ଅପରାହ୍ନରେ ହଠାତ୍‌ ଆଇସିୟୁରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ତୃତୀୟ ମହଲାରେ ନିଆଁ ବ୍ୟାପି ଯାଇଥିଲା। ଧୂଆଁମୟ ହୋଇଯାଇଥିଲା ପୂରା ଫ୍ଲୋର। ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀମାନେ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fire breaks out at a nursing home in Cuttack | Argus News