Massive Fire / ନିଆଁ ଲାଗି ତିନି ବଖରା ଘର ଭସ୍ମୀଭୂତ, 20 ରୁ ଉର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ
·29 mins ago·2 min read

Key Points
ପୁଣି ସାମ୍ନାକୁ ଆସିଲା ଛେଳି ମୃତ୍ୟୁ ଘଟଣା
ହୁତୁହୁତୁ ହୋଇ ଜଳିଗଲେ 20 ରୁ ଉର୍ଦ୍ଧ୍ୱ ଛେଳି
ହୁତୁହୁତୁ ହୋଇ ଜଳିଗଲେ 20 ରୁ ଉର୍ଦ୍ଧ୍ୱ ଛେଳି
ପୁଣି ସାମ୍ନାକୁ ଆସିଲା ଛେଳି ମୃତ୍ୟୁ ଘଟଣା। ହୁତୁହୁତୁ ହୋଇ ଜଳିଗଲେ 20 ରୁ ଉର୍ଦ୍ଧ୍ୱ ଛେଳି । କଟକ ଜିଲ୍ଲା ନିଆଳି ଥାନା ଶଗଡାଇଲୋ ପଂଚାୟତ ସୁଆଁଲୋ ଗାଁର ଭରତ ମଲ୍ଲିକଙ୍କ ଗୁହାଳରେ ଘଟିଛି ବଡ଼ ଅଘଟଣ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଘଟଣ। ଗୁହାଳରେ ଧୁଆଁ ଦେଇଥିଲେ ଭରତ। ଧୁଆଁରୁ ନିଆଁ ଲାଗି ଗୁହାଳ ଜଳି ଯାଇଥିବା ସୂଚନା। ଅଗ୍ନିକାଣ୍ଡ ଘଟି 20ରୁ ଉର୍ଦ୍ଧ୍ୱ ଛେଳି ଦଗ୍ଧ ହୋଇଛନ୍ତି।। ଛେଳି ରଖି ଚଳନ୍ତି ଭରତ, ତେବେ ସେ ସର୍ବସ୍ୱାନ୍ତ ହୋଇପଡିଛନ୍ତି। ଅଗ୍ନିକାଣ୍ଡ ଘଟି ତିନି ବଖରା ଚାଳ ଘର ମଧ୍ୟ ଜଳିଯାଇଥିବା ସୂଚନା।
ଘରର ଆସବାବପତ୍ର ଜଳି ନଷ୍ଟ ହୋଇଛି। ସରକାରୀ ସହାୟତା ଅପେକ୍ଷାରେ ଅଛନ୍ତି ଭରତଙ୍କ ପରିବାର। ତେବେ ଅଡଶପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ନିର୍ବାପିତ କରିଥିଲା। ଏହାସହ ଭରତଙ୍କ ପରିବାରର କାହାର କିଛି ହୋଇନଥିବା ସୂଚନା ରହିଛି। ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଓ ମର୍ମନ୍ତୁଦ ଘଟଣା। ସାଧାରଣତଃ ଏଭଳି ଅଗ୍ନିକାଣ୍ଡ ବିଦ୍ୟୁତ ସର୍ଟ ସର୍କିଟ୍, ଗୁହାଳ ଘରେ ମଶା ଘଉଡ଼ାଇବା ପାଇଁ ଦିଆଯାଇଥିବା ନିଆଁ କିମ୍ବା ଅନ୍ୟ କୌଣସି ଅସାବଧାନତା ଯୋଗୁଁ ଘଟିଥାଏ, ଯାହା ଗରିବ ଚାଷୀ ବା ପଶୁପାଳକଙ୍କ ଜୀବିକାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦିଏ।
ଏଥିସହ ପଢ଼ନ୍ତୁ: ମେଗା ଜଳ ପ୍ରକଳ୍ପ ନାଁରେ ଶହ ଶହ କୋଟିର ଘୋଟଲା !
ଏହା ପୂର୍ବରୁ ଆପଣ ମଧ୍ୟ ଜାଣିଥିବେ ଯେ, ନିଆଳିରୁ ଅନେକ ଘଟଣା ଏବଂ ଦୁର୍ଘଟଣା ସାମ୍ନାକୁ ଆସିଛି ଛେଳିକୁ ନେଇ। ତେବେ 20 ରୁ ଉର୍ଦ୍ଧ୍ୱ ଛେଳି ମୃତ୍ୟୁବରଣ କରିଥିବା ଖବର ନିଶ୍ଚିନ୍ତପକ୍ଷେ ସମସ୍ତଙ୍କୁ ବ୍ୟଥିତ କରିଛି। ଏହାସହ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟରବାତାବରଣ ସୃଷ୍ଟି କରିଛି। ଭରତଙ୍କ ପରିବାର ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛନ୍ତି। ସରକାରୀ ସହାୟତା ଅପେକ୍ଷାରେ ଅଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତମାନର ମହଙ୍ଗାଇ ଏବଂ ବଢୁଥିବା ଖର୍ଚ୍ଚ ସମୟରେ, ବିଶେଷକରି ଗାଁଗୁଡ଼ିକରେ, ଲୋକଙ୍କ ପାଇଁ ଜୀବିକା ନିର୍ବାହ କରିବା କଷ୍ଟକର ହୋଇପଡୁଛି। କିନ୍ତୁ ଗୋଟିଏ ଭଲ ଏବଂ ଲାଭଦାୟକ ଜୀବିକା ହେଉଛି ଛେଳି ପାଳନ। କିନ୍ତୁ ଏହାରି ଭିତରେ ଜଣେ ଛେଳି ପାଳନ କରୁଥିବା ବ୍ୟକ୍ତିଙ୍କ ଘରେ ଏଭଳି ଭାବରେ ନିଆଁ ଲାଗିଯାଇଛି, ଯାହା ଫଳରେ ଛେଳିଙ୍କ ଜୀବନ ଗଲା। କୃଷିଟିଏ କେତେ ଆଶା କରି ବସିଥିଲା ଛେଳିଙ୍କ ଲାଳନପାଳନ ପାଇଁ କିନ୍ତୁ ଏହାରି ଭିତରେ ଆଶା କେବଳ ଆଶା ହୋଇ ରହିଯାଉଛି।କୃଷି କ୍ଷେତ୍ରର ଅଧିକାଂଶ ଚାଷୀ ଅଧିକ ଲାଭ ପାଆନ୍ତି ନାହିଁ। ତେଣୁ, ସେମାନେ ଚାଷ ସହିତ ଅନ୍ୟାନ୍ୟ ସମ୍ପର୍କିତ ବ୍ୟବସାୟ କରିବାକୁ ଚେଷ୍ଟା କରନ୍ତି ।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories