Ganjam Water Project / ମେଗା ଜଳ ପ୍ରକଳ୍ପ ନାଁରେ ଶହ ଶହ କୋଟିର ଘୋଟଲା !
·26 mins ago·2 min read

Key Points
- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଂଜାମର ସାଂଘାତିକ ଚିତ୍ର
- ପୂର୍ବ ବିଜେଡି ସରକାରରେ ୫ ପ୍ରକଳ୍ପ କାମ ଆରମ୍ଭ କରି ଗୋଟିଏ ବି ଶେଷ କଲେନି ଅଣଓଡ଼ିଆ ଠିକା ସଂସ୍ଥା
- ମୋଟ ୨ ହଜାର ୮୪୨ କୋଟି ମଞ୍ଜୁର କରେଇନେଲେ, ହେଲେ ଖର୍ଚ୍ଚ କଲେ ମାତ୍ର ୩୩ ପ୍ରତିଶତ
ଗଞ୍ଜାମ/ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲାରେ ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କାର ବଡ଼ ଦୁର୍ନିତୀର ଅଭିଯୋଗ । ଚମକାଇ ଦେଲା ଭଳି ତଥ୍ୟ ମିଳିଲା ଆରଟିଆଇରୁ । ବିବାଦ ଘେରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ । ୨୦୨୧-୨୨ରେ ପୂର୍ବ ବିଜେଡି ସରକାରରେ ଗଞ୍ଜାମ ଜିଲ୍ଲାରେ ମୋଟ ୫ଟି ମେଗା ଜଳ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା ।
ଛତ୍ରପୁର, ରଙ୍ଗେଇଲୁଣ୍ଡା, ଖଲ୍ଲିକୋଟ, ଚିକିଟି, ଦିଗପହଣ୍ଡି, ସାନଖେମୁଣ୍ଡି, ଭଞ୍ଜନଗର ଅଞ୍ଚଳର ଅନେକ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଥିଲା ଉଦ୍ଦେଶ୍ୟ । ଏଲ୍ ଆଣ୍ଡଟି, MEIL, KECSMPLJV ଭଳି କମ୍ପାନୀଙ୍କୁ କାମ ପାଇଁ ମୋଟ ୨ ହଜାର ୮୪୨ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିଲେ ନବୀନ ସରକାର । ହେଲେ ଲୋକଙ୍କ ପାଖରେ ପହଞ୍ଚିପାରିଲାନାହିଁ ବିଶୁଦ୍ଧ ପାଣି ।
ଏଥିସହ ପଢ଼ନ୍ତୁ: ପଞ୍ଚାୟତ ପରେ ପରେ ବାଜିବ ପୌର ବିଗୁଲ୍; ସଜବାଜ ହେଲେଣି ୩ ପ୍ରମୁଖ ଦଳ
୪ ବର୍ଷ ପରେ ମଞ୍ଜୁର ଟଙ୍କାରୁ ଖର୍ଚ୍ଚ ହୋଇଛି ମାତ୍ର ୯୩୦ କୋଟି, ଯାହାକି କେବଳ ୩୩ ପ୍ରତିଶତ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଜିଲ୍ଲା ଗଞ୍ଜାମରେ ମେଗା ପ୍ରକଳ୍ପ ନାଁରେ ଅଣ ଓଡ଼ିଆ ଠିକାଦାରେ ଲୋକଙ୍କୁ ଦେଉଥିଲେ ଧୋକ୍କା । ହେଲେ ଚୁପ୍ ଥିଲେ ନବୀନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିଭଳି ସାଂଘାତିକ ଚିତ୍ର ଆସିଛି ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଭଞ୍ଜନଗରରୁ । ଭଞ୍ଜନଗରର ୧୧ ବ୍ଲକ ପାଇଁ ଏଲ ଆଣ୍ଡଟିକୁ ମଞ୍ଜୁର ହୋଇଥିଲା ୧୯୭୩ କୋଟି ୮ ଲକ୍ଷ ଟଙ୍କା । ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ ହୋଇଛି ମାତ୍ର ୫୮୨ କୋଟି ଟଙ୍କା । କାମ ଅଧପନ୍ତରିଆ ପଡ଼ିଛି । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ ।
ବିଜେଡି ସରକାରରେ ମୋଟ ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା । ଅଣ ଓଡ଼ିଆ ଠିକା ସଂସ୍ଥାଙ୍କୁ ହଜାର ହଜାର କୋଟିର କାମ ଟେକି ଦେଇଥିଲେ ନବୀନ ସରକାର । ହେଲେ ୨୦୨୪ ସୁଦ୍ଧା ସରିଥିଲା ମାତ୍ର ୩ଟି ପ୍ରକଳ୍ପ । ଏବେ ବିଜେଡି ସରକାରରେ ସରିଛି ମୋଟ ୩୨ ପ୍ରକଳ୍ପ ।

Related Topics
Explore more stories