|
logo
Live

Argus News - ୨ଟି ବିୟର ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ

Odisha

୨ଟି ବିୟର ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ

Rashmita Mishra
Browse all articles by Rashmita Mishra
·1 year ago
୨ଟି ବିୟର ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ

ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା  ଜରପଡା ଥାନା ଦୁର୍ଗାପୁର ସ୍ଥିତ ରାଜ୍ୟ ପାନୀୟ ନିଗମ ଗୋଦାମ ପରିସରରେ ୨ଟି ବିୟର ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ହେତୁ ବିପୁଳ ପରିମାଣର କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ଡ ପଛରେ ବିରାଟ ଷଡଯନ୍ତ୍ର ଥିବାନେଇ ସନ୍ଦେହ କରାଯାଉଛି। ପାରାଦୀପରୁ ଆଜି ଓଡ଼ି-୧୯-ଏଲ-୫୬୫୭ ଓ ଓଡ଼ି-୦୪-ଏଫ-୬୦୩୦ ନମ୍ବର ୨ ଟ୍ରକରେ ବିୟର ବୋଝେଇ ହୋଇ ଗୋଦାମକୁ ଆସିଥିଲା। ରବିବାର ଛୁଟି ଦିନ ଥିବାରୁ ଟ୍ରକରୁ ଗୋଦାମକୁ ଖାଲି ହୋଇପାରିନଥିଲା। ଗୋଦାମ ପରିସରରେ ୨ ଟ୍ରକ ଛିଡା ହୋଇଥିଲା ବେଳେ ୨ ଟ୍ରକରେ ନିଆଁ ଲାଗି ବୋତଲ ଫାଟିବାକୁ ଲାଗିଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭେଇ ଥିଲେ। ପୋଲିସର ତଦନ୍ତ ଜାରି ରହିଛି । 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୨ଟି ବିୟର ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ | Argus News