Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନରେ ନିଆଁ 

Manini Pattanayak
Browse all articles by Manini Pattanayak
·1 year ago
ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନରେ ନିଆଁ 

ପୁରୀ:  ଅନୁଗୁଳ-ପୁରୀ ଫାଷ୍ଟ୍ ପାସେଞ୍ଜର ଟ୍ରେନରେ ନିଆଁ । ବ୍ରେକ୍ ବାଇଣ୍ଡିଂ ଘସିହୋଇ ଅଗ୍ନିକାଣ୍ଡ । ପୁରୀ ଷ୍ଟେସନରେ ପହଞ୍ଚବା ପୂର୍ବରୁ ନିଆଁକୁ ଆୟତ୍ତ କଲେ କର୍ମଚାରୀ । ତଦନ୍ତ ଆରମ୍ଭ କଲେ ବୈଷୟିକ ଟିମ୍ । ନିଆଁ, ଟେକ୍ସନ ମୋଟରରୁ ସଟସର୍କିଟ ହୋଇ ଲାଗିଥିଲା ।

ପୁରୀରେ ପହଞ୍ଚିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ମାଳତୀପାଟପୁର ଷ୍ଟେସନ ନିକଟରେ ଲାଗିଥିଲା ନିଆଁ । ଟ୍ରେନ ଚାଲୁଥିବା ସମୟରେ  ଟ୍ରେନପଛ ପାଖ  ଇଞ୍ଜୀନରୁ ନିଆଁ ଓ ଧୁଆଁ ବାହାରୁଥିବା କିଛି ଲୋକ ଦେଖି ଥିଲେ,  ପୁରୀରେ ଟ୍ରେନ ପହଞ୍ଚିବା ପରେ ଯାତ୍ରୀ ମାନେ ଓହ୍ଲାଇ ପଡିଥିଲେ। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fire in Angul-Puri passenger train, | Argus News