ସର୍ଟସର୍କିଟରୁ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲା 4 ବଖରା ଘର

କେନ୍ଦ୍ରାପଡା: ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା 4 ବଖରା ଘର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଦଶିପୁର ପଞ୍ଚାୟତର ଦଶିପୁର ଗ୍ରାମରେ l ଗ୍ରାମର ଯୁଧିଷ୍ଠିର ମଲିକ ଓ ରତ୍ନାକର ମଲ୍ଲିକଙ୍କ ପରିବାର ଶୋଇଥିବାବେଳେ ରାତି ପ୍ରାୟ 12 ଟା ସମୟରେ ଘରେ ହଠାତ ନିଆଁ ଲାଗି ଯାଇଥିଲା l
ନିଆଁର ଭୟାବହତା ଏତେ ମାତ୍ରାରେ ଥିଲା ଯେ ଚାହୁଁ ଚାହୁଁ ଅଗ୍ନିକାଣ୍ଡରେ ଦୁଇ ପରିବାରର 4 ବଖରା ଘର ଜଳି ପାଉଁଶ ହୋଇଯାଇଛି । ଏଥିରେ ଦୁଇ ପରିବାରର ସମସ୍ତ ଆସବାବପତ୍ର , ଖାଦ୍ୟ ସାମଗ୍ରୀ, ଧାନ, ଚାଉଳ ସହିତ ନଗଦ ଟଙ୍କା ମଧ୍ୟ ଜଳିପୋଡି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି । ପିନ୍ଧାବସ୍ତ୍ର ବ୍ୟତୀତ ଅନ୍ୟ କିଛି ଉଦ୍ଧାର କରି ପାରିନାହାନ୍ତି । ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨
