Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣା, ଚାରି ଅଟକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣା, ଚାରି ଅଟକ

ଅର୍ଗସ ବ୍ୟୁରୋ: ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣା । ଚାରିଜଣ ବାଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। କୁମ୍ଭାରପଡ଼ା ଥାନା ପୋଲିସ ଚାରିଜଣ ବ୍ୟବସାୟୀଙ୍କୁ ଅଟକ ରଖି କରୁଛି ପଚରାଉଚୁରା। ଚାରିଜଣ ବ୍ୟବସାୟୀ ହେଉଛନ୍ତି ଗୋପ ଏବଂ ଚାରିଛକ ଅଞ୍ଚଳର। 29 ମେ ରାତି ସମୟରେ ମହାପ୍ରଭୁଙ୍କ ଭଉଁରୀ ରାତି ଚାପଖେଳ ସମୟରେ ହୋଇଥିଲା ଅଘଟଣ।

ଚାଲିଯାଇଥିଲା 11ଟି ମୂଲ୍ୟବାନ ଜୀବନ। ଯେଉଁଥିରେ ଥିଲେ 4 ଜଣ  ଶିଶୁ ଏବଂ 19 ଜଣଙ୍କ ଜୀବନ ଏବେବି ବିପଦରେ । ମୃତ୍ୟୁ ସଂଖ୍ୟା ଦିନକୁଦିନ ବଢିବାରେ ଲାଗିଛି । ହେଲେ ଏହି ଘଟଣା ପାଇଁ ଦାୟୀ କିଏ ? ଅନଭିଜ୍ଞତା ମହଙ୍ଗା ପଡିଲା ନା ଚରମ ଅବହେଳା ଓ ଅପାରଗତା ଯୋଗୁଁ ଏଭଳି ହେଲା ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନ ।  ଅନୁମତି ନଥାଇ ବାଣ ଓ ବାରୁଦ କିଭଳି ଘଟଣାସ୍ଥଳକୁ ଗଲା ?? ପୋଲିସ ଓ ଅଗ୍ନି ବିଭାଗ କରୁଥିଲେ କଣ ? ଏସବୁର ହେବ ତ ତଦନ୍ତ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
firecracker blast incident in Narendra pool, four arrested | Argus News