Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶଙ୍ଖ ଭବନରେ ବସିବ ପ୍ରଥମ ଇସ୍ତାହାର କମିଟି ବୈଠକ

Odisha

ଶଙ୍ଖ ଭବନରେ ବସିବ ପ୍ରଥମ ଇସ୍ତାହାର କମିଟି ବୈଠକ

Smruti Parija
Browse all articles by Smruti Parija
·2 years ago·1 min read
ଶଙ୍ଖ ଭବନରେ ବସିବ ପ୍ରଥମ ଇସ୍ତାହାର କମିଟି ବୈଠକ

ଭୁବନେଶ୍ୱର: ଆଜି ବସିବ ବିଜେଡ଼ିର ପ୍ରଥମ ଇସ୍ତାହାର କମିଟି ବୈଠକ । ଶଙ୍ଖ ଭବନରେ କମିଟି ବୈଠକ ବସିବ । କିଛି ସମୟ ପରେ ବୈଠକ ଆରମ୍ଭ ହେବ । ନିକଟରେ ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା ବିଜେଡି। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ  ଉପସଭାପତି ଦେବୀ ମିଶ୍ରଙ୍କ ସମେତ ପ୍ରତାପ ଦେବ, ସୁଦାମ ମାରାଣ୍ଡି, ମଙ୍ଗଳା କିଶନ, ପଦ୍ମନାଭ ବେହେରାଙ୍କ ସହ ମୋଟ ୭ ଜଣ ସହ ଅଧ୍ୟକ୍ଷ ରହିଛନ୍ତି। ଅମର ପଟ୍ଟନାୟକଙ୍କୁ ଆବାହକ ଭାବେ ଦାୟିତ୍ଵ ଦିଆଯାଇଛି।  

୨୫ ଜଣ ଜଣ ସଦସ୍ୟ ରହିଛନ୍ତି। ସରକାରଙ୍କୁ ଆସିଲେ ବିଜେଡି ଲୋକଙ୍କ ପାଇଁ କଣ କରିବ ସେ ନେଇ ପ୍ରସ୍ତୁତ ହେବ ଇସ୍ତାହାର। ଏହି କମିଟିର ପରାମର୍ଶ ଆଧାରରେ ପ୍ରସ୍ତୁତ ହେବ ଇସ୍ତାହାର। ନିର୍ବାଚନ ପାଈଁ ବିଜେଡି ଇସ୍ତାହାର ଆଣିବା ପୂର୍ବରୁ ଆଜି ପ୍ରଥମ ବୈଠକ ବସୁଛି।

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
first-election-manufacture-committee-meeting-of-bjd-to-be-held-today | Argus News