|
logo
Live

Argus News - ୧୦୬ଟି ଅଣ୍ଡା ଦେଇଛି ଅଲିଭ୍-ରିଡ୍‌ଲେ

Odisha

୧୦୬ଟି ଅଣ୍ଡା ଦେଇଛି ଅଲିଭ୍-ରିଡ୍‌ଲେ

Banajyotshna Ray
Browse all articles by Banajyotshna Ray
·2 years ago
୧୦୬ଟି ଅଣ୍ଡା ଦେଇଛି ଅଲିଭ୍-ରିଡ୍‌ଲେ

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଫରେଷ୍ଟ ରେଞ୍ଜ ଅଧୀନସ୍ଥ ବାଲିଆପାଳ ବ୍ଲକର ଡଗରା-ଚଉମୁଖ ବେଳାଭୂମିରେ ଚଳିତ ବର୍ଷର ପ୍ରଥମ ଅଲିଭ୍-ରିଡ୍‌ଲେ କଇଁଛକୁ ଠାବ କରାଯାଇଛି । ଏହି କଇଁଛଟି ମୋଟ 106 ଟି ଅଣ୍ଡାଦାନ କରିଛି ବୋଲି ଚାନ୍ଦିପୁର ରେଞ୍ଜ୍ ଅଫିସର୍ ଗଣେଶ ପ୍ରସାଦ ଲେଙ୍କା ସୂଚନା ଦେଇଛନ୍ତି। ବିରଳ ପ୍ରଜାତିର ଏହି କଇଁଛ ଓ ସେମାନଙ୍କ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ବନଖଣ୍ଡ ବିଭାଗ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ୍ ପ୍ରସ୍ତୁତ କରାଯିବା ସହ କର୍ମଚାରୀଙ୍କୁ ଜଗିବା ପାଇଁ  ନିୟୋଜିତ କରାଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବାଲେଶ୍ୱରକୁ ଅଲିଭ-ରିଡ୍‌ଲେଙ୍କ ଆଗମନ ବନ୍ୟପ୍ରାଣୀ ପ୍ରେମୀଙ୍କୁ ଉତ୍ସାହିତ କରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୧୦୬ଟି ଅଣ୍ଡା ଦେଇଛି ଅଲିଭ୍-ରିଡ୍‌ଲେ | Argus News