Videos
|
Odisha

ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

Smruti Parija
Browse all articles by Smruti Parija
·2 years ago·1 min read
ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

ପୁରୀ: ଆଜି ବସିବ ଚଳିତବର୍ଷ ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ । ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ପୁରୀ ପୌରସଦନରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସିବ ପ୍ରଥମ ରଥ ସମନ୍ବୟ କମିଟି ବୈଠକ । ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିବେ । ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇଦୁଇ ଥର ହୋଇଥିବା ପ୍ରସ୍ତୁତି ବୈଠକରେ ସବୁ ଅଧିକାରୀଙ୍କୁ  ଡେଡ୍ ଲାଇନ ଦିଆଯାଇଥିଲା । 

ପ୍ରଶାସନିକ ସ୍ତରରେ ବୈଠକକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବାସ୍ତବିକ ବିଭାଗୀୟ ଅଧିକାରୀମାନେ ସେତେଟା ତତ୍ପରତା ଦେଖାଇନାହାନ୍ତି । ରାସ୍ତା ମରାମତି, ନାଳ ସଫା, ବିଦ୍ୟୁତ ଇତ୍ୟାଦିର ଅବ୍ୟବସ୍ଥା ଏବେବି ପରିଲକ୍ଷିତ ହେଉଛି । ତେଣୁ ଏସବୁ ଭିତରେ ଆଗକୁ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକ କେତେ ସକ୍ରିୟ ଅଛନ୍ତି ତାହାର ଆକ୍ସନ ପ୍ଲାନ, ରିପୋର୍ଟ ଦାଖଲ ପରେ ସ୍ପଷ୍ଟ ହେବ । 

ସମନ୍ବୟ ବୈଠକରେ ଜିଲ୍ଲାପାଳ, ଏସପି,  ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored