Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ପହିଲି ରଜ, ଚଳଚଞ୍ଚଳ ଗାଁଠୁ ସହର...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ପହିଲି ରଜ, ଚଳଚଞ୍ଚଳ ଗାଁଠୁ ସହର...

ଅର୍ଗସ ବ୍ୟୁରୋ: ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ଆଜି ପହିଲି ରଜ। ଗାଁଠୁ ସହର ଏନେଇ ଚାରିଆଡ଼େ ଉତ୍ସାହ। ସଜେଇ ହେଉଛନ୍ତି ଯୁବତୀ। ରାଜଧୀନୀରେ ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ଆୟୋଜନ।ସେପଟେ ପାନ୍ଥନିବାସରେ ବ୍ୟାପକ ବ୍ୟବସ୍ଥା। ନାନା ପ୍ରକାରର ପିଠାପଣା, ରଜପାନ ଆଉ ତା ସାଙ୍ଗକୁ ଦୋଳି ଖେଳର ମଜା । ନୂଆ ପୋଷାକ, ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ସଜ ହେଉଛନ୍ତି ଓଡ଼ିଆଣୀ। ସେପଟେ ଘରେ ପୋଡପିଠା, ମଣ୍ଡା, ଏଣ୍ଡୁରୀ, ଚକୁଳି, ଆରିସା ଇତ୍ୟାଦି ପିଠା ସାଙ୍ଗକୁ ମିଠାର ବାସନାରେ ଗାଁ ଦାଣ୍ଡ ମହକି ଉଠୁଛି । ଏସବୁ ପରେ ରଜପାନ ପର୍ବକୁ ସମ୍ପୂର୍ଣ୍ଣ ନିଆରା କରି ଦେଇଛି । ଏହି ରଜ ପର୍ବ ୩ ଦିନ ଧରି ପାଳିତ ହେଉଥିବାବେଳେ ଛୋଟ ଛୁଆଠୁ ବୁଢା ବୁଢି ଯାଏ ସମସ୍ତେ ଖୁସିର ସହ ଏହି ପର୍ବ ପାଳନ କରିଥାନ୍ତି ।

କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ରଜ ପବ ବେସ ଧୁମ୍ ଧାମରେ ପାଳିତ ହେଉଛି । ରାଜ୍ୟ ବାହାରେ ତଥା ଦେଶ ବାହରେ ଥିୁବା ପ୍ରବାସୀ ଓଡିଆ ମାନେ ସେଠାରେ ମଧ୍ୟ ରଜ ପର୍ବ ପାଳନ କରିଛନ୍ତି । ଆଜି ପହିଲି ରଜ, ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି । ରଜଗୀତ ଶୁଭୁଛି, ଘରେ ଘରେ ପିଠାପଣାରେ ଆସର ଜମିଛି । ପୃଥିବୀମାତାଙ୍କ ଉପାସନା ସହିତ ନାରୀଜାତିକୁ ସମ୍ମାନ ପାଇଁ ପାଳନ ହୁଏ ରଜ ପର୍ବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
first rajo in odisha today | Argus News