Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାସିଯାଉଥିବା ମହିଳାଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାସିଯାଉଥିବା ମହିଳାଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଅର୍ଗସ ବ୍ୟୁରୋ:  ଛତିଶଗଡ଼ରୁ ଭାସି ଆସିଲେ, ଓଡ଼ିଶାରେ ଉଦ୍ଧାର ହେଲେ । ଝାରସୁଗୁଡ଼ା ପଲସଦା ଗାଁର ମତ୍ସ୍ୟଜୀବୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା, ମହିଳାଙ୍କ ଗୋଡ଼ରେ ଲୁହା ଶିକୁଳି (ବେଡି) ଲାଗିଥିବା ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର ହୋଇଛି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମହିଳା ଜଣଙ୍କ ହେଉଛନ୍ତି ଛତିଶଗଡ ରାୟଗଡା ଜିଲ୍ଲା ପୁସୋର ଥାନା ପୁରଥ ଗାଁର ବୋଲି ଜଣାପଡ଼ିଛି । ମହାନଦୀର ପାଣିରେ ପ୍ରାୟ ୧୫ କିଲୋମିଟର ଭାସି ଆସିଲେ ମହିଳା ଜଣଙ୍କ । ଛତିଶଗଡ଼ ପୁରଥରୁ ମହାନଦୀ ପାଣିରେ ଭାସି ଆସିଛନ୍ତି । ମହିଳା ଜଣକ କିଏ ଓ ସେ କିପରି ଏତେ ବାଟ ଭାସି ଆସିଲେ ତାହାକୁ ନେଇ ସସପେନ୍ସ ଲାଗି ରହିଛି । ସେ ଜଣେ ମାନସିକ ରୋଗୀ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fishermen rescued a drowning woman | Argus News