Videos
|
Odisha

ଟାପୁରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ

Ritu Das
Browse all articles by Ritu Das
·1 year ago·1 min read
ଟାପୁରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ

ଅର୍ଗସ ବ୍ୟୁରୋ: ବାତ୍ୟା ଦାନାର ପ୍ରଭାବରେ ବଢିଛି ପବନ ଏବଂ ବର୍ଷାର ପ୍ରଭାବ। ଯାହାର ପ୍ରଭାବରେ ଆଜି ମାଛ ଧରିବାକୁ ଯାଇଥିବା ଜଣେ ମତ୍ସ୍ୟଜୀବୀ ଟାପୁରେ ଫସି ରହିଥିଲେ। ଦୀର୍ଘ ୨ ଘଣ୍ଟାରୁ ଅଧିକ ହେବ ମତ୍ସ୍ୟଜୀବୀ ଜଣକ ଫସି ରହିଥିଲେ। ପରେ ଓଡ୍ରାଫ ଟିମ ଉଦ୍ଧାର କରିଲା। କପ୍ତିପଦା ବ୍ଲକ କାଳ ଡ୍ୟାମରେ ଟାପୁ ଭିତରେ ଫସି ରହିଥିଲେ ମତ୍ସ୍ୟଜୀବୀ ପ୍ରଶାନ୍ତ କୁମାର ମଢେଇ। 

ଆଜି ସକାଳେ ସେ ମାଛ ଧରିବାକୁ ଡ୍ୟାମ ଭିତରକୁ ଯାଇଥିବା ବେଳେ ପବନର ବେଗ ବଢିବା ସହିତ ଡ୍ୟାମରେ ଜୁଆର ଆସିବାରୁ ଟାପୁରେ ଫସି ରହିଥିଲେ ଯୁବକ। ଦୀର୍ଘ ଦେଢ଼ ଘଣ୍ଟାର ଅପରେସନ ପରେ ଯୁବକଙ୍କୁ ଉଦ୍ଧାର କରିଛି ଓଡ୍ରାଫ ଟିମ। ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମକୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ଶେଷରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ବର୍ଷା ଏବଂ ପବନ ମାଡ଼ ଖାଇବା କାରଣରୁ ସେ ଭଲ ଭାବେ କଥା କହି ପାରୁ ନ ଥିବା ଜଣାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fishermen | Argus News