Fit College Programme / ଆରମ୍ଭ ହେଲା ‘ଫିଟ୍ କଲେଜ ପ୍ରୋଗ୍ରାମ’, ଛାତ୍ରଛାତ୍ରୀଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର କ୍ଲବ,ବର୍ଷସାରା ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ
·2 months ago·3 min read

Key Points
ଆରମ୍ଭ ହେଲା ‘ଫିଟ୍ କଲେଜ ପ୍ରୋଗ୍ରାମ’
‘ଫିଟ୍ ଓଡ଼ିଶା ମିଶନ୍’ ଅଧୀନରେ ଆରମ୍ଭ ହେଲା
୧୦୦ ମାର୍କର ପରଫର୍ମାନ୍ସ ଇଣ୍ଡେକ୍ସରେ ହେବ ମୂଲ୍ୟାଙ୍କନ

ଭୁବନେଶ୍ୱର,୧୯/୦୬: ରାଜ୍ୟର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଶାରୀରିକ ସୁସ୍ଥତା, ମାନସିକ ଦୃଢ଼ତା ଓ ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ‘ଫିଟ୍ ଓଡ଼ିଶା ମିଶନ୍’ ଅଧୀନରେ ‘ଫିଟ୍ କଲେଜ ପ୍ରୋଗ୍ରାମ’ ଆରମ୍ଭ କରିଛି। ଏହି ଯୋଜନା ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟରେ ସଂଗଠିତ ଭାବେ ଫିଟନେସ, ଯୋଗ, କ୍ରୀଡ଼ା, କାଉନସେଲିଂ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରତିଷ୍ଠାନକୁ ସବିଶେଷ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକଙ୍କ ଦ୍ୱାରା ଜାରି ହୋଇଥିବା ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ କେବଳ ଶିକ୍ଷାଦାନର କେନ୍ଦ୍ର ନୁହେଁ, ବରଂ ଶାରୀରିକ ଭାବେ ସକ୍ଷମ, ମାନସିକ ଭାବେ ସୁଦୃଢ଼ ଏବଂ ସାମାଜିକ ଭାବେ ଦାୟିତ୍ୱବାନ ଯୁବପିଢ଼ି ଗଢ଼ି ତୋଳିବାର ଅନୁଷ୍ଠାନରେ ପରିଣତ କରିବା ଏହି ପଦକ୍ଷେପର ଲକ୍ଷ୍ୟ। ଏଥିପାଇଁ କ୍ୟାମ୍ପସରେ ନିୟମିତ ଯୋଗାଭ୍ୟାସ, କ୍ରୀଡ଼ାକାର୍ଯ୍ୟକ୍ରମ, ଫିଟ୍ନେସ୍ ଅଭିଯାନ, ମାନସିକ ସ୍ୱାସ୍ଥ୍ୟ ସହାୟତା, ପୋଷଣ ସଚେତନତା ଓ ନିଶା ନିବାରଣ କାର୍ଯ୍ୟକ୍ରମକୁ ସଂସ୍ଥାଗତ ରୂପ ଦିଆଯିବ।
ପଢନ୍ତୁ ଏହି ଖବର: ମାରାତ୍ମକ ରୋଗ କୋଟାରେ ଅବିଭକ୍ତ କୋରାପୁଟ ଜିଲ୍ଲା ଛାଡ଼ିବାକୁ ଚାହୁଁଛନ୍ତି ୬୪୮ ଶିକ୍ଷକ,ବଦଳି ପୂର୍ବରୁ ହେବ ସ୍ୱାସ୍ଥ୍ୟ ଯାଞ୍ଚ
କଲେଜରେ ଗଠନ ହେବ ସ୍ୱତନ୍ତ୍ର ସମନ୍ୱୟ ବ୍ୟବସ୍ଥା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରତ୍ୟେକ କଲେଜରେ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟରେ ଉପକୁଳପତିଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ସମନ୍ୱୟ କମିଟି ଗଠନ କରାଯିବ। ଏଥିରେ ବରିଷ୍ଠ ଅଧ୍ୟାପକ, ଶାରୀରିକ ଶିକ୍ଷା ବିଭାଗର ପ୍ରତିନିଧି, ଏନ୍ଏସ୍ଏସ୍, ଏନ୍ସିସି, ଛାତ୍ର ପ୍ରତିନିଧି ଓ ୱେଲନେସ୍ କୋ-ଅର୍ଡିନେଟର ସାମିଲ ହେବେ। ସେହିପରି ପ୍ରତ୍ୟେକ ପ୍ରତିଷ୍ଠାନରେ ଜଣେ ନୋଡାଲ ଅଫିସର ଓ ଜଣେ କାଉନସେଲିଂ ଏବଂ ୱେଲନେସ୍ କୋ-ଅର୍ଡିନେଟରଙ୍କୁ ନିଯୁକ୍ତ କରିବାକୁ ବାଧ୍ୟତାମୂଳକ କରାଯାଇଛି।
ଛାତ୍ରଛାତ୍ରୀଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର କ୍ଲବ
‘ଫିଟ୍ କଲେଜ ପ୍ରୋଗ୍ରାମ’ ଅଧୀନରେ ସ୍ପୋର୍ଟସ୍ ଓ ଫିଟନେସ କ୍ଲବ, ଯୋଗ ଓ ୱେଲନେସ୍ କ୍ଲବ, ହେଲଥ ଆଣ୍ଡ ନ୍ୟୁଟ୍ରିସନ୍ କ୍ଲବ, ମେଣ୍ଟାଲ ହେଲ୍ଥ ସପୋର୍ଟ ଗ୍ରୁପ୍, ଆଡଭେଞ୍ଚର ଓ ଆଉଟଡୋର ଆକ୍ଟିଭିଟି ଗ୍ରୁପ୍ ଭଳି ବିଭିନ୍ନ କ୍ଲବ ଗଠନ କରାଯିବ। ଏହି କ୍ଲବଗୁଡ଼ିକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ବିକାଶ, ସୁସ୍ଥ ଜୀବନଶୈଳୀ ଏବଂ ସାମୂହିକ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦିଆଯିବ।
ବର୍ଷସାରା ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ
ନିର୍ଦ୍ଦେଶାବଳୀ ଅନୁଯାୟୀ କ୍ୟାମ୍ପସଗୁଡ଼ିକରେ ନିୟମିତ ଫିଟନେସ ସେସନ୍, ‘ଫିଟ୍ ଆୱାର’ ଓ ‘ଫିଟ୍ ୱିକ୍’ କାର୍ଯ୍ୟକ୍ରମ, ଯୋଗ ଓ ଧ୍ୟାନ ଶିବିର, କ୍ରୀଡ଼ା ପ୍ରତିଯୋଗିତା, ମାରାଥନ୍, ସାଇକ୍ଲୋଥନ୍, ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଏବଂ ଆଡଭେଞ୍ଚର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ, ଚାପ ପରିଚାଳନା, ଅବସାଦ ନିବାରଣ ଓ ଜୀବନ କୌଶଳ ବିକାଶ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ଏଥିସହ ପୋଷଣ, ସ୍ୱଚ୍ଛତା, ନିଦ୍ରା ସ୍ୱାସ୍ଥ୍ୟ, ଡିଜିଟାଲ ୱେଲନେସ୍, ନିଶାମୁକ୍ତ ଜୀବନଶୈଳୀ ଓ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ସମ୍ପର୍କିତ ସଚେତନତା ଅଭିଯାନ ଚଳାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
୧୦୦ ନମ୍ବରରେ ହେବ ମାର୍କିଂ

ଏହି କାର୍ଯ୍ୟକ୍ରମର ରୂପାୟନ ଓ ପ୍ରଭାବକୁ ଆକଳନ କରିବା ପାଇଁ ‘ଫିଟ୍ କଲେଜ ପରଫର୍ମାନ୍ସ ଇଣ୍ଡେକ୍ସ’ ନାମରେ ଏକ ସ୍ୱତନ୍ତ୍ର ମୂଲ୍ୟାଙ୍କନ ବ୍ୟବସ୍ଥା ପ୍ରଚଳନ କରାଯିବ। ୧୦୦ ନମ୍ବର ଆଧାରିତ ଏହି ମୂଲ୍ୟାଙ୍କନରେ ଫିଟ୍ନେସ୍ କାର୍ଯ୍ୟକ୍ରମ, ଯୋଗ, କ୍ରୀଡ଼ା, ଛାତ୍ର ଅଂଶଗ୍ରହଣ, ମାନସିକ ସ୍ୱାସ୍ଥ୍ୟ ସେବା, ପ୍ରତିଷେଧକ ସ୍ୱାସ୍ଥ୍ୟ ସଚେତନତା, ଭିତ୍ତିଭୂମିର ବ୍ୟବହାର ଏବଂ ରିପୋର୍ଟିଂ ବ୍ୟବସ୍ଥାକୁ ବିଚାରକୁ ନିଆଯିବ।
୮୫ରୁ ୧୦୦ ନମ୍ବର ପାଇଥିବା ପ୍ରତିଷ୍ଠାନକୁ ‘ଏକ୍ସଲେଣ୍ଟ ଫିଟ୍ କ୍ୟାମ୍ପସ’, ୭୦ରୁ ୮୪ ନମ୍ବର ପାଇଥିବା ପ୍ରତିଷ୍ଠାନକୁ ‘ଭେରି ଗୁଡ୍ ଫିଟ୍ କ୍ୟାମ୍ପସ’ ଏବଂ ୫୫ରୁ ୬୯ ନମ୍ବର ପାଇଥିବା ପ୍ରତିଷ୍ଠାନକୁ ‘ଗୁଡ୍ ଫିଟ୍ କ୍ୟାମ୍ପସ’ ଭାବେ ଶ୍ରେଣୀଭୁକ୍ତ କରାଯିବ। ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଷ୍ଠାନଗୁଡ଼ିକୁ ସ୍ୱତନ୍ତ୍ର ସମ୍ମାନ ଓ ସ୍ୱୀକୃତି ଦେବାର ବ୍ୟବସ୍ଥା ମଧ୍ୟ ରହିଛି।
୩୦ ଦିନ ମଧ୍ୟରେ ପାଳନ ରିପୋର୍ଟ
ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ପ୍ରତିଷ୍ଠାନକୁ ୩୦ ଦିନ ମଧ୍ୟରେ ଆବଶ୍ୟକ କମିଟି ଗଠନ, ନୋଡାଲ ଅଫିସର ନିଯୁକ୍ତି, ଛାତ୍ର କ୍ଲବ ଗଠନ ଏବଂ ବାର୍ଷିକ ଫିଟ୍ନେସ୍ ଓ ୱେଲନେସ୍ କାର୍ଯ୍ୟସୂଚୀ ପ୍ରସ୍ତୁତି ସମ୍ପୂର୍ଣ୍ଣ କରି ବିଭାଗକୁ ପାଳନ ରିପୋର୍ଟ ଦାଖଲ କରିବାକୁ ହେବ। ଏହାପରେ ପ୍ରତି ତିନି ମାସରେ ପ୍ରଗତି ରିପୋର୍ଟ ଦାଖଲ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଉଚ୍ଚଶିକ୍ଷା କ୍ୟାମ୍ପସରେ କେବଳ କ୍ରୀଡ଼ା କିମ୍ବା ଫିଟ୍ନେସ୍କୁ ପ୍ରୋତ୍ସାହନ ଦେବାରେ ସୀମିତ ରହିବ ନାହିଁ; ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ, ମାନସିକ ସନ୍ତୁଳନ, ଶୃଙ୍ଖଳା ଓ ସାମାଜିକ ଦାୟିତ୍ୱବୋଧର ବିକାଶ ଘଟାଇବାରେ ଏହା ଏକ ଦୂରଗାମୀ ପଦକ୍ଷେପ ଭାବେ ବିବେଚିତ ହେଉଛି।

Related Topics
Explore more stories