Gang Rape case / କାରରୁ ଟାଣିନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା: ୫ ଗିରଫ
·2 weeks ago·2 min read

Key Points
କଟକ-ଚାନ୍ଦବାଲି ରାସ୍ତାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ମାମଲା
୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଗିରଫ ୫ ଅଭିଯୁକ୍ତ ନିଶ୍ଚିନ୍ତକୋଇଲି ଓ କେନ୍ଦ୍ରାପଡ଼ା ଅଞ୍ଚଳର

ସାଲେପୁର,୧୩/୦୮: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟକ-ଚାନ୍ଦବାଲି ରାସ୍ତାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ଅଟକ ଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନିଶ୍ଚିନ୍ତକୋଇଲି ଥାନା ପୋଲିସ । ଗିରଫ ୫ ଜଣ ଅଭିଯୁକ୍ତ ନିଶ୍ଚିନ୍ତକୋଇଲି ଓ କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ସୂଚନା । ଗିରଫ ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ BNS ର ଦଫା 109, 115 (1), 324 (2), 351 (3), 70(1) (ଗଣଦୁଷ୍କର୍ମ), 87 ରେ ମାମଲା ରୁଜୁ କରିଛି ପୋଲିସ ।
ନିଶ୍ଚିନ୍ତକୋଇଲି ଥାନା ଶୁକରପଡା ପୂର୍ତ୍ତ ବିଭାଗର ଡାକବଙ୍ଗଳା ଓ ଏକ ତେଲ ଟାଙ୍କି ନିକଟରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । କଟକ ଗ୍ରାମାଞ୍ଚଳ ପୋଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇଛି । ଗତରାତିରେ ନିଶ୍ଚିନ୍ତକୋଇଲି, ମାହାଙ୍ଗା ଏବଂ ନେମାଳ ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପୁଲିସ ଗିରଫ ଅଭିଯୁକ୍ତମାନଙ୍କ ନାମ ଏବେ ପ୍ରକାଶ କରିବାକୁ ମନା କରିଛି।
ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକ ଓ ତାଙ୍କ ବାନ୍ଧବୀ ଏକ କାର୍ରେ କେନ୍ଦ୍ରାପଡ଼ା ଯାଉଥିବା ବେଳେ କାର ଚଳାଉଥିବା ଯୁବକ କ୍ଲାନ୍ତ ଅନୁଭବ କରିବାରୁ କଟକ-ଚାନ୍ଦବାଲି ରାସ୍ତା ପାର୍ଶ୍ବ ସୁକରପଡା ପୁର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ଗାଡ଼ି ରଖିଥିଲେ। ଗାଡ଼ି ଭିତରେ ଯୁବକ ଜଣକ କିଛି ସମୟ ଶୋଇ ଯାଇଥିଲେ। ରାତି ପ୍ରାୟ ୩ଟାରୁ ସାଢେ ୩ଟା ମଧ୍ୟରେ ୪ରୁ ୬ଜଣ ଆସାମାଜିକ ଯୁବକ ସେଠାରେ ପହଞ୍ଚି କାରର କାଚ ଭାଙ୍ଗି ଯୁବକଙ୍କୁ ମାଡମାରି ଯୁବତୀଙ୍କୁ ନିକଟସ୍ଥ ଏକ ପରିତ୍ୟକ୍ତ ଗୃହକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ସଂପୃକ୍ତ ଅସାମାଜିକ ଯୁବକମାନେ ଯୁବତୀଙ୍କୁ ଅନ୍ୟ ଏକ କାରରେ ନେଇଯାଉଥିଲା ବେଳେ ପୁରୁଷ ବନ୍ଧୁ ସେମାନଙ୍କୁ ନିଜ କାରରେ ପିଛା କରିଥିଲେ। କଟିକଟା ନିକଟରେ ସଂପୃକ୍ତ ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଓ ଯୁବତୀଙ୍କ ବନ୍ଧୁ ଦୁର୍ବୃତ୍ତଙ୍କ ଗାଡିକୁ ଅଟକାଇ ଥିଲେ। କାର ଛାଡ଼ି ଅସାମାଜିକ ଯୁବକମାନେ ଦୌଡି ପଳାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକେ କାବୁ କରି ନେଇଥିଲେ।
ପଢନ୍ତୁ ଏହି ଖବର: ଶିକ୍ଷାନୁଷ୍ଠାନ ନିକଟରେ ଦୋକାନରେ ମିଳିବନି ନିଶା ଦ୍ରବ୍ୟ, ସ୍ପେଶାଲ କ୍ରାଇମ ୟୁନିଟ୍ର ରେଡ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିଶ୍ଚିନ୍ତକୋଇଲି ଥାନା ପୁଲିସ ସେଠାରେ ପହଞ୍ଚି ଦୁର୍ବୃତ୍ତକୁ ହେପାଜତକୁ ନେବା ସହିତ ଯୁବକ-ଯୁବତୀଙ୍କୁ ନିଶ୍ଚିନ୍ତକୋଇଲି ଥାନାକୁ ନେଇଥିଲା। ପୀଡିତାଙ୍କ ଅଭିଯୋଗକୁ ଭିତ୍ତିକରି ନିଶ୍ଚିନ୍ତକୋଇଲି ଥାନା ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି।
କଟକ ଗ୍ରାମାଞ୍ଚଳ ଏସ୍ .ପି ବିନିତ୍ ଅଗ୍ରୱାଲ୍, ଅତିରିକ୍ତ ଏସ୍ .ପି ପ୍ରଦୀପ୍ତ କୁମାର ସାହୁ, ସାଲେପୁର ଏସ୍ଡିପିଓ ବିରଞ୍ଚି ନାରାୟଣ ପତି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସ୍ .ପିଙ୍କ ନିର୍ଦ୍ଦେଶରେ ପୁଲିସ୍ ୪ଟି ଟିମ୍ ଗଠନ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା ଡିଏସ୍ପି ପ୍ରତିମା ବେହେରା ଘଟଣାର ତଦନ୍ତ ଭାର ନେଇଛନ୍ତି। ପୀଡିତାଙ୍କ ଘର କେନ୍ଦ୍ରାପଡା ସଦରଥାନା ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ପୁରୁଷ ବନ୍ଧୁଙ୍କ ଘର ନୟାଗଡ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ।

Related Topics
Explore more stories