Videos
|
Odisha

No Drugs Near School / ଶିକ୍ଷାନୁଷ୍ଠାନ ନିକଟରେ ଦୋକାନରେ ମିଳିବନି ନିଶା ଦ୍ରବ୍ୟ, ସ୍ପେଶାଲ କ୍ରାଇମ ୟୁନିଟ୍‌ର ରେଡ୍

Bikash Mohanty
Browse all articles by Bikash Mohanty
·2 weeks ago·2 min read
ଶିକ୍ଷାନୁଷ୍ଠାନ ନିକଟରେ ଦୋକାନରେ ମିଳିବନି ନିଶା ଦ୍ରବ୍ୟ, ସ୍ପେଶାଲ କ୍ରାଇମ ୟୁନିଟ୍‌ର ରେଡ୍
Raid

Key Points

ଶିକ୍ଷାନୁଷ୍ଠାନ ନିକଟରେ ନିଶା ବିକ୍ରିକୁ ନା
ନିଶା ସାମଗ୍ରୀ ବିକ୍ରି କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ
ବିଭିନ୍ନ ଦୋକାନରେ ରେଡ କରିଛି କମିଶନରେଟ୍ ପୋଲିସ


ଭୁବନେଶ୍ବର,୧୦/୦୮: ଶିକ୍ଷାନୁଷ୍ଠାନ ନିକଟରେ ନିଶା ବିକ୍ରିକୁ ନା । ନିଶା ସାମଗ୍ରୀ ବିକ୍ରି କଲେ ପୋଲିସ ନେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। କମିଶନରେଟ୍ ପୋଲିସର ଅତିରିକ୍ତ ଡିସିପି ସ୍ବରାଜ ଦେବତାଙ୍କ ନେତୃତ୍ୱରେ ବିଭିନ୍ନ ଦୋକାନରେ ରେଡ ହୋଇଛି। ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନରେ ହୋଇଛି ରେଡ୍।  ଇନଫୋସିଟି ଥାନା ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ନିକଟରେ ଚଢାଉ। ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ବଡ଼ ଧରଣର ଚଢ଼ାଉ। ଚଢ଼ଉରେ ସାମିଲ ଡଗ୍ ସ୍କ୍ବାର୍ଡ ।

ରାଜଧାନୀରେ ବ୍ରାଉନ୍ ସୁଗାର କାରବାର ଉପରେ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍‌ର ବଡ଼ ଚଢ଼ାଉ। ହଳଦୀପଡ଼ା ବସ୍ତିରେ ବ୍ରାଉନ୍ ସୁଗାର ଡିଲ୍ ବେଳେ ମାଡ଼ି ବସିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍‌ର ଟିମ୍। ଘଟଣାସ୍ଥଳରୁ 263 ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଥିବା ବେଳେ, ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛି ଜାକିରୁଲ୍ ଇସ୍ଲାମ୍, ତା’ର ଘର ପଶ୍ଚିମବଙ୍ଗରେ ବୋଲି ସୂଚନା ମିଳିଛି। ସେପଟେ ରାଜଧାନିର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟରେ ଥିବା ଦୋକାନରେ ରେଡ କରିଛି ସ୍ପେଶାଲ୍ କ୍ରାଇମ୍ ୟୁନିଟ୍‌।

ପୋଲିସର ସୂଚନା ଅନୁସାରେ, ପଶ୍ଚିମବଙ୍ଗରୁ ବ୍ରାଉନ୍ ସୁଗାର ଧରି ଭୁବନେଶ୍ୱର ଆସିଥିଲା ଅଭିଯୁକ୍ତ। ହଳଦୀପଡ଼ା ବସ୍ତିରେ ଡିଲ୍ କରୁଥିବା ବେଳେ ତାକୁ ଧରିଥିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 27 ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏହି କାରବାରରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ତଦନ୍ତ ଜାରି ରଖିଛି ସ୍ପେଶାଲ୍ କ୍ରାଇମ୍ ୟୁନିଟ୍।

ସ୍କୁଲ ଓ କଲେଜ ନିକଟରେ ଚାଲିବନି ନିଶା କାରବାର । ଶିକ୍ଷାନୁଷ୍ଠାନ ପାଖରେ ଥିବା ଦୋକାନରେ ନିଶା ସାମଗ୍ରୀ ବିକ୍ରି ହେଉଛି କି? ଏବେ ତାହା ଉପରେ ରହିବ ପୁଲିସର କଡ଼ା ନଜର । ରାଜଧାନୀର ବିଭିନ୍ନ ସ୍କୁଲ ଓ କଲେଜ ନିକଟରେ ଥିବା ଦୋକାନଗୁଡ଼ିକରେ ହୋଇଛି ଅଚାନକ ଚଢ଼ାଉ । ନିଶା ବିକ୍ରିକୁ ରୋକିବା ଏବଂ ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରେଇ ରଖିବା ପାଇଁ ସ୍ପେଶାଲ କ୍ରାଇମ ୟୁନିଟ୍ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ  ଏହି ଖବର: ପୁଷ୍ପା ଷ୍ଟାଇଲରେ ଚାଲାଣ ହେଉଥିଲା ଦେଶୀ ମଦ, ମାଡି ବସିଲା ଅବକାରୀ ବିଭାଗ

ବିଶେଷକରି ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନଗୁଡ଼ିକ ଉପରେ ନଜର ରଖାଯାଉଛି । ସ୍କୁଲ ଓ କଲେଜ ହେଉଛି ପିଲାଙ୍କ ଭବିଷ୍ୟତ ଗଢ଼ିବାର ସ୍ଥାନ । ହେଲେ ଏହି ଶିକ୍ଷାନୁଷ୍ଠାନ ନିକଟରେ ଯଦି ନିଶା ସାମଗ୍ରୀ ସହଜରେ ଉପଲବ୍ଧ ହୁଏ, ତେବେ ଏହାର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଉପରେ ପଡ଼ିବାର ଆଶଙ୍କା ରହିଛି । ତେଣୁ ନିଶା କାରବାରକୁ ରୋକିବା ପାଇଁ ପୁଲିସ ଏବେ ଆକ୍ସନ ମୋଡ୍‌ରେ ।

ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ସ୍କୁଲ, କଲେଜ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ ନିକଟସ୍ଥ ଦୋକାନରେ ଅଚାନକ ଯାଞ୍ଚ କରାଯାଉଛି । ଦୋକାନରେ ନିଶା ସାମଗ୍ରୀ ରଖାଯାଇଛି କି ନାହିଁ, ବେଆଇନ ଭାବେ ନିଶାଦ୍ରବ୍ୟ ବିକ୍ରି ହେଉଛି କି ନାହିଁ ସେସବୁ ଉପରେ ଯାଞ୍ଚ କରୁଛି ଟିମ୍ । ପୁଲିସର ସ୍ପଷ୍ଟ ବାର୍ତ୍ତା ଶିକ୍ଷାନୁଷ୍ଠାନ ନିକଟରେ ନିଶା ସାମଗ୍ରୀ ବିକ୍ରି ହେଲେ କୌଣସି ପ୍ରକାରରେ ବରଦାସ୍ତ କରାଯିବ ନାହିଁ । ଯଦି ଚଢ଼ାଉ ସମୟରେ ନିଶା ସାମଗ୍ରୀ ମିଳେ, ତେବେ ଦୋକାନୀ କିମ୍ବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ ଚଢ଼ାଉ ନୁହେଁ, ଆଗକୁ ମଧ୍ୟ ଏଭଳି ଅଚାନକ ଯାଞ୍ଚ ଜାରି ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏହା ଦ୍ୱାରା ନିଶା ବିକ୍ରେତାଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରଖିବା ପୁଲିସର ମୁଖ୍ୟ ଲକ୍ଷ୍ୟ ।
Drug Sale Near Schools Banned; Special Crime Unit Conducts Raid | Argus News