Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଶ୍ୱାସ ନା ଅନ୍ଧବିଶ୍ୱାସ : ମାନସିକ ପୂରଣ କରୁଛି ଷଣ୍ଢ

Jitendra Dash
Browse all articles by Jitendra Dash
·2 years ago·1 min read
ବିଶ୍ୱାସ ନା ଅନ୍ଧବିଶ୍ୱାସ : ମାନସିକ ପୂରଣ କରୁଛି ଷଣ୍ଢ

ଅର୍ଗସ ବ୍ୟୁରୋ : ମାନସିକ ପୂରଣ କରୁଛି ୫ଗୋଡ଼ିଆ ଷଣ୍ଢ । ଯେଉଁ ଭଳି ଭାବରେ ଶିବଙ୍କ ପାଖକୁ ଗଲେ ନନ୍ଦିଙ୍କ କାନରେ ଯାହା କହିଲେ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଠିକ ସେହିପରି ଏହି ଷଣ୍ଢ ଟିର କାନରେ ଯାହା ମାନସିକ ରହିଛି କହିଲେ ତାହା ପୂରଣ ହେଉଛି । ପ୍ରତି ସୋମବାର ଓ ଶନିବାର ଆଖପାଖ ଅଞ୍ଚଳର ଅନେକ ମହିଳା ଓ ମାନସିକଧାରୀ ଆସି ପୂଜାର୍ଚ୍ଚନା କରୁଛନ୍ତି । କଳିଯୁଗରେ ଏହା ଶିବଙ୍କ ବାହାନ ନନ୍ଦି ଅବତାର ନେଇଛନ୍ତି ବୋଲି ମଧ୍ୟ କହୁଛନ୍ତି । 

ଜଣେ ଦୁଇ ଜଣ ନୁହେଁ ଅନେକ ଜଣଙ୍କ ମାନସିକ ପୂରଣ ହେଉଛି ବୋଲି କହିଛନ୍ତି ମାନସିକଧାରୀ । କଳିଙ୍ଗ ଯୁବ ସେନା ସେନା ପକ୍ଷରୁ ଏହି ଷଣ୍ଢକୁ ପଟିଆ ସ୍ଥିତ ଗୋ ଶାଳାରେ ରଖାଯାଇଛି । ରଖିବାର କିଛି ଦିନ ପରେ ମନକୁ ମନ କିଛି ମହିଳା ଆସି ନନ୍ଦି ବାବାଙ୍କର ପୂଜାର୍ଚ୍ଚନା କଲେ ଏବଂ ଯିଏ ଯାହା ମାନସିକ ରଖିଲେ ତାହା ମଧ୍ୟ ପୂର୍ଣ୍ଣ ହେଉଛି । ଏହାକୁ ଅନ୍ଧବିଶ୍ୱାସ କହିହେବ ନାହିଁ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବୁଲା ଗୋରୁ ଗାଈ ବା ଦୁର୍ଘଟଣାର ଶିକାର ହୋଇଥିବା ଜୀବଜନ୍ତୁଙ୍କୁ ନ ମାରି ଏହି ଗୋ ଶାଳାରେ ଛାଡିବାକୁ ନିବେଦନ କରିଛନ୍ତି ଗୋ ସେବକ । ଏହା ବିଶ୍ୱାସ ନା ଅନ୍ଧବିଶ୍ୱାସ ତାହା ତ ସମୟ କହିବ । କିନ୍ତୁ ଏ ପର୍ଯ୍ୟନ୍ତ ଯିଏ ବି ମାନସିକ ନେଇ ଏହି ଷଣ୍ଢ ପାଖକୁ ଆସିଛନ୍ତି ସେମାନେ କେବେ ଖାଲି ହାତରେ ଫେରି ନାହାଁନ୍ତି ବୋଲି କହିଛନ୍ତି ଗୋ ସେବକ ।
 

Sponsored
Five-legged bull is filling the mind | Argus News