Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁଲର୍ ରୁ ସର୍ଟସର୍କିଟ ହୋଇ ପୁରା ଘର ଜଳିଗଲା

Smruti Parija
Browse all articles by Smruti Parija
·1 year ago
କୁଲର୍ ରୁ ସର୍ଟସର୍କିଟ ହୋଇ ପୁରା ଘର ଜଳିଗଲା

ବଲାଙ୍ଗୀର: କିଲର୍ କୁଲର୍ । ସର୍ଟସର୍କିଟରୁ ବଡ ଅଘଟଣ । ସର୍ଟସର୍କିଟରୁ ନିଆଁ ଲାଗି ପରିବାରର ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହର ଚଟିଆପାଲିରେ ।  ଲିପ୍ସାରାଣୀ ପଣ୍ଡା ନିଜ ବୁଢୀ ମାଆ ଓ ତିନି ଝିଅଙ୍କ ସହିତ ଶୋଇଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ହଠାତ୍ କୁଲର୍ ରୁ ସର୍ଟସର୍କିଟ ହୋଇ ପୁରା ଘର ପୋଡିଯାଇଥିଲା ।

ନିଆଁରେ ପୋଡି ପାଞ୍ଚଜଣ ଯାକ ଗୁରୁତର ହୋଇଛନ୍ତି । ପଡୋଶୀ ମାନେ ସମସ୍ତଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି ।  ସେଠାରୁ ସେମାନଙ୍କୁ ବୁର୍ଲା ରେଫର କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ସମସ୍ତଙ୍କୁ ପୁଣି ବୁର୍ଲାରୁ କଟକ ରେଫର୍ କରାଯାଇଥିବା ଜଣାପଡିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
five-people-of-a-family-severely-injured-due-to-shortcircuit | Argus News