Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rajya Sabha candidate asset / ୫ ରାଜ୍ୟସଭା ପ୍ରାର୍ଥିୀଙ୍କ ସମ୍ପତ୍ତି ତାଲିକା, ସଂତୃପ୍ତ ସବୁଠାରୁ ଧନୀ,ପରେ ଦିଲ୍ଲୀପ

Bikash Mohanty
Browse all articles by Bikash Mohanty
·4 months ago·3 min read
୫ ରାଜ୍ୟସଭା ପ୍ରାର୍ଥିୀଙ୍କ ସମ୍ପତ୍ତି ତାଲିକା, ସଂତୃପ୍ତ ସବୁଠାରୁ ଧନୀ,ପରେ ଦିଲ୍ଲୀପ
Rajya sabha candidate

Key Points

୪ ରାଜ୍ୟସଭା ଆସନ ପାଇଁ ୫ ମହାରଥୀ
ପାଞ୍ଚ ଜଣ ପ୍ରାର୍ଥୀ ସତ୍ୟପାଠରେ ସମ୍ପତ୍ତି ତାଲିକା ଦେଇଛନ୍ତି
ସଂତୃପ୍ତ ମିଶ୍ର ସବୁଠାରୁ ଧନୀ,ଦ୍ବିତୀୟରେ ଦିଲ୍ଲୀପ ରାଏ

ଆଜି ରାଜ୍ୟସଭା ନିର୍ବାଚନର ମତଦାନ। ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଓହ୍ଲାଇଛନ୍ତି ୫ ମହାରଥୀ । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଏବଂ ବିଜେଡିରୁ ସଂତୃପ୍ତ ମିଶ୍ର, ବିଜେଡି ଓ କଂଗ୍ରେସର କମନ କ୍ୟାଣ୍ଡିଡେଟ ହୋଇଛନ୍ତି  ଡା. ଦତ୍ତେଶ୍ବର ହୋତା।  ବିଜେପି ସମର୍ଥନରେ ସ୍ବାଧୀନ ପ୍ରାର୍ଥି ହୋଇଛନ୍ତି ପୁର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାଏ। ତେବେ ଏହି ପାଞ୍ଚ ଜଣ ପ୍ରାର୍ଥୀ ସତ୍ୟପାଠରେ ସେମାନଙ୍କ ସମ୍ପତ୍ତି ତାଲିକା ଦେଇଛନ୍ତି। ଆସନ୍ତୁ ଦେଖିବା କାହାର କେତେ ସମ୍ପତ୍ତି। 
               ସଂତୃପ୍ତ ମିଶ୍ର ସବୁଠୁ ଧନୀ
ସଂତୃପ୍ତ ମିଶ୍ରଙ୍କ ଅସ୍ଥାବର ସମ୍ପତ୍ତି ଅର୍ଥାତ ନଗଦ ଟଙ୍କା, ବ୍ୟାଙ୍କ ଜମା, ବିଭିନ୍ନ ସେୟାର ମାର୍କେଟରେ ନିବେଶ, ଜୀବନ ବୀମା ଆଦିର ମୂଲ୍ୟ ୫୧୨ କୋଟି ୯୦ ଲକ୍ଷରୁ ଅଧିକ। ତାଙ୍କ ପତ୍ନୀଙ୍କ ନାଁରେ ରହିଛି ୨୦ କୋଟି ୪୮ ଲକ୍ଷରୁ ଅଧିକ ଟଙ୍କାର ଅସ୍ଥାବର ସମ୍ପତ୍ତି । ସେହିଭଳି ତାଙ୍କର ନିଜସ୍ୱ ସ୍ଥାବର ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୩ କୋଟି ୦୬ ଲକ୍ଷ ଟଙ୍କା ହେବ। ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୮ କୋଟି ୬୮ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ତେବେ ସଂତୃପ୍ତ ମିଶ୍ରଙ୍କ ପାଖରେ ନଗଦ ୧୦ ହଜାର ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ପାଖରେ ୧୫ ହଜାର ଟଙ୍କା ନଗଦ ଆକାରରେ ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି।

              ଦ୍ବିତୀୟରେ ଦିଲ୍ଲୀପ ରାୟ ସବୁଠୁ ଧନୀ
ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୯୧ କୋଟି ୬୨ ଲକ୍ଷ ଟଙ୍କା। ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୧୧ କୋଟି ୧୬ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କର ମୋଟ ସ୍ଥାବର ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ୪୫.୫୦ କୋଟି ଟଙ୍କା। ସେଥରୁ ତାଙ୍କର ନିଜସ୍ୱ ସମ୍ପତ୍ତି ପ୍ରାୟ ୨୫.୫୦ କୋଟି ଏବଂ ଉତ୍ତରାଧିକାର ସୂତ୍ରରେ ପାଇଥିବା ସମ୍ପତ୍ତି ପ୍ରାୟ ୨୦ କୋଟି ଟଙ୍କା ରହିଛି।

             ତୃତୀୟରେ ମନମୋହନ ସାମଲ
ମନମୋହନ ସାମଲଙ୍କ ଦ୍ୱାରା ପ୍ରଦତ୍ତ ସତ୍ୟପାଠ ଅନୁଯାୟୀ ତାଙ୍କର ୪୩ ଲକ୍ଷ ୯୦ ହଜାର ୯୭୪ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ପତ୍ନୀ ପ୍ରଣତୀ ସାମଲଙ୍କ ନାମରେ ପ୍ରାୟ ୨ କୋଟି ୮୬ ଲକ୍ଷରୁ ଅଧିକ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସ୍ଥାବର ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା। ଏଥିମଧ୍ୟରେ ତାଙ୍କର ନିଜସ୍ୱ ସମ୍ପତ୍ତି ପ୍ରାୟ ୮୦ ଲକ୍ଷ ଟଙ୍କା ଏବଂ ଉତ୍ତରାଧିକାର ସୂତ୍ରରେ ପାଇଥିବା ସମ୍ପତ୍ତି ପ୍ରାୟ ୭୦ ଲକ୍ଷ ଟଙ୍କା। ତାଙ୍କ ପତ୍ନୀଙ୍କ ନାମରେ କୌଣସି ସ୍ଥାବର ସମ୍ପତ୍ତି ନାହିଁ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ମନମୋହନଙ୍କ ନିଜ ନାମରେ କୌଣସି ବ୍ୟାଙ୍କ ଋଣ ନଥିବା ବେଳେ ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୭୫ଲକ୍ଷ ଟଙ୍କାର ଋଣ ରହିଛି।

           ସୁଜିତ କୁମାର ୪ର୍ଥ ସ୍ଥାନରେ
ଚତୁର୍ଥରେ ବିଜେପି ପ୍ରାର୍ଥୀ ସୁଜିତ କୁମାରଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ୮୫ ଲକ୍ଷ ୨୩ ହଜାର ୨୦୦ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୩ ଲକ୍ଷ ୯୬ ହଜାର ୧୨୫ଟଙ୍କା ରହିଛି।
          ୫ମରେ ଡାକ୍ତର ଦତ୍ତେଶ୍ବର ହୋତା
ସେହିଭଳି ବିଜେଡି ଓ କଂଗ୍ରେସର କମନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବେର ହୋତା, ନିଜ ପାଖରେ ଥିବା ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪ କୋଟି ୯୨ ଲକ୍ଷ ୯୬ ହଜାର ୭୭୭ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୭୧ ଲକ୍ଷ ୨୪ ହଜାର ୭୫ ଟଙ୍କା ଥିବା ଦର୍ଶାଇଛନ୍ତି।

ଏଥିସହ ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନର ମତଦାନ, ୪ର୍ଥ ଆସନ ପାଇଁ ଛକାପଞ୍ଝା



           


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajya Sabha candidate asset | Rajya Sabha candidate asset | Five Rajya Sabha Candidates Declare Their Assets in Affidavit – Full Details | Argus News