Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Tight contest for fourth seat / ଆଜି ରାଜ୍ୟସଭା ନିର୍ବାଚନର ମତଦାନ, ୪ର୍ଥ ଆସନ ପାଇଁ ଛକାପଞ୍ଝା

Bikash Mohanty
Browse all articles by Bikash Mohanty
·4 months ago·3 min read
ଆଜି ରାଜ୍ୟସଭା ନିର୍ବାଚନର ମତଦାନ, ୪ର୍ଥ ଆସନ ପାଇଁ ଛକାପଞ୍ଝା
Rajya sabha

Key Points

ଆଉ କିଛି ଘଣ୍ଟା ପରେ ରାଜ୍ୟସଭା ନିର୍ବାଚନର ମତଦାନ
୪ଟି ଆସନ ପାଇଁ ହେବ ମତଦାନ
ଚତୁର୍ଥ ଆସନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି

ଆଉ କିଛି ଘଣ୍ଟା ପରେ ରାଜ୍ୟସଭା ନିର୍ବାଚନର ମତଦାନ। ୪ଟି ଆସନ ପାଇଁ ହେବ ମତଦାନ। ହେଲେ ଚତୁର୍ଥ ଆସନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛିଆସନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି। ତିନିଟି ଯାକ ରାଜନୈତିକ ଦଳର ଶୀର୍ଷ ସ୍ତରରେ ରଣନୀତି ପ୍ରସ୍ତୁତି ଚାଲିଛି। ବିଧାୟକମାନଙ୍କୁ ଏକଜୁଟ୍ କରି ରଖିବା ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପାଇଁ କାଠିକର ପାଠ ହୋଇଗଲାଣି। ନିର୍ଦ୍ଦିଷ୍ଟ କିଛି ବିଧାୟକ ଦୁଇ ଦଳର ଟେନସନ୍ ବଢ଼ାଇ ଦେଇଛନ୍ତି।

ବିଜେଡିର ବୈଠକରେ ଲଗାତାର ଭାବେ ତିନି ବିଧାୟକ ଅନୁପସ୍ଥିତ ରହୁଛନ୍ତି। ଆଜି ମଧ୍ୟ ସୌଭିକ ବିଶ୍ବାଳ, ନବକିଶୋର ମଲ୍ଲିକ ଓ ଚକ୍ରମଣି କହଁର ନବୀନ ନିବାସ ଆସି ନଥିଲେ। ନବକିଶୋର ଓ ଚକ୍ରମଣିଙ୍କୁ ଯୋଗାଯୋଗ କରିବାକୁ ଦଳ ପକ୍ଷରୁ ସବୁପ୍ରକାର ଚେଷ୍ଟା କରାଯିବା ସତ୍ତ୍ବେ ସେମାନଙ୍କର ଖୋଜଖବର ମିଳି ନଥିଲା। ସେମାନେ କେଉଁଠି ଅଛନ୍ତି, ତାହା ଦଳୀୟ ନେତାମାନେ ଜାଣିପାରି ନଥିଲେ। ସବୁଆଡ଼ୁ ନିରାଶ ହେଲା ପରେ ସନ୍ଧ୍ୟାରେ ଦଳ ପକ୍ଷରୁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ଆଜି ରାତି ୯ଟା ସୁଦ୍ଧା ନବୀନ ନିବାସରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଉଭୟ ଏହାକୁ ଅମାନ୍ୟ କରିଥିଲେ। ଅପରପକ୍ଷରେ ସୌଭିକଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ ଆଜି ମଧ୍ୟ ଦିନତମାମ ଉଦ୍ୟମ କରାଯାଇଥିଲା। କିନ୍ତୁ ବାପା ପ୍ରଭାତ ବିଶ୍ବାଳଙ୍କୁ ବିଜେଡି ଯେପରି ଅପମାନିତ କରିଛି, ତାହା କୌଣସି ପୁଅ ଗ୍ରହଣ କରିପାରିବ ନାହିଁ ବୋଲି କହି ସେ ରୋକଠୋକ୍ ଜଣାଇ ଦେଇଛନ୍ତି। ତଥାପି ବିଳମ୍ବିତ ରାତି ଯାଏଁ ଦଳ ପକ୍ଷରୁ ଯୋଗାଯୋଗ ଜାରି ରହିଛି।

ଏଥିସହ ପଢ଼ନ୍ତୁ: ଏଥର ୨ ପର୍ଯ୍ୟାୟରେ ହେବ ମତଦାନ; ଜବାବ ରଖିଲେ ନିର୍ବାଚନ ଆୟୋଗ

ବିଜେଡିରୁ ନିଲମ୍ବିତ ୨ ବିଧାୟକଙ୍କୁ ନୋଟିସ ଜାରି କରାଯାଇଛି। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନୋଟିସ ଜାରି କରି ଦଳର ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳ ସୁପ୍ରିମୋ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

ଗତ ଜାନୁଆରୀ ୧୫ ତାରିଖରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା । ଦଳ ସଭାପତି ନବୀନ ପଟ୍ଟନାୟକ ସନାତନ ମହାକୁଡ଼ଙ୍କୁ ସସ୍‌ପେଣ୍ଡ କରିଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ସନାତନ ମହାକୁଡ଼ଙ୍କ ସହ ଅରବିନ୍ଦ ମହାପାତ୍ରଙ୍କୁ ସସ୍‌ପେଣ୍ଡ କରାଯାଇଥିଲା।

ସେହିଭଳି ଦଳ ପକ୍ଷରୁ ୨ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଛି। ଜୟଦେବ ବିଜେଡି ବିଧାୟକ ନବ ମଲ୍ଲିକ ଏବଂ ବାଲିଗୁଡ଼ା ବିଜେଡି ବିଧାୟକ ଚକ୍ରମଣି କହଁର, ଦଳୀୟ ହ୍ବିପର ଅବମାନନା କରୁଥିବାରୁ ସେମାନଙ୍କୁ କାରଣ ମାଗିଛି ବିଜେଡି।

କଂଗ୍ରେସ ପକ୍ଷରୁ ବିଧାୟକ ଦାଶରଥି ଗମାଙ୍ଗୋଙ୍କୁ ଦୁଇଟି ନୋଟିସ୍ ପଠାଯାଇଛି। ସକାଳେ ତାଙ୍କୁ ଏକ ନୋଟିସ୍ କରାଯାଇ ସନ୍ଧ୍ୟା ୬ଟା ସୁଦ୍ଧା ବ୍ୟକ୍ତିଗତ ଭାବେ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ଆପଣଙ୍କୁ ଦଳୀୟ ନେତୃତ୍ବ ଯୋଗାଯୋଗ କରିବାକୁ ବହୁବାର ଚେଷ୍ଟା କରି ବିଫଳ ହୋଇଛନ୍ତି। ଭୁବନେଶ୍ବର ବାସଭବନ ଓ ଗାଁରେ ଖୋଜିବାକୁ ଚେଷ୍ଟା କରାଯାଇଥିଲା। ତାଙ୍କର ଏହି ରହସ୍ୟମୟ ଉଭାନ ରାଜ୍ୟବାସୀଙ୍କ ନିକଟକୁ ଭୁଲ ବାର୍ତ୍ତା ଯାଉଛି ବୋଲି ଚେତାଇ ଦିଆଯାଇଥିଲା। କିନ୍ତୁ ଏହି ନୋଟିସ୍‌କୁ ଗମାଙ୍ଗୋ ଖାତିର କରି ନଥିଲେ। ସନ୍ଧ୍ୟାରେ ପୁଣି ଦଳ ପକ୍ଷରୁ ଏକ କଡ଼ା ନୋଟିସ୍ ପଠାଯାଇଛି। ଏଥିରେ ସତର୍କ କରାଇଦିଆଯାଇଛି ଯେ ଆପଣଙ୍କ କାର୍ଯ୍ୟକଳାପ ଯୋଗୁ ଆପଣ ଦଳର ନିଷ୍ପତ୍ତି ବିରୋଧରେ ଯିବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସୁତରାଂ ଆପଣଙ୍କ ଏପରି କାର୍ଯ୍ୟ କଂଗ୍ରେସର ସଦସ୍ୟତାକୁ ସ୍ବେଚ୍ଛାକୃତ ଭାବେ ଛାଡ଼ୁଛନ୍ତି ବୋଲି ଗଣାଯିବ। ତେଣୁ ଆପଣଙ୍କ ସଦସ୍ୟତା ରଦ୍ଦ ହୋଇପାରେ।

ଏଥିସହ ପଢ଼ନ୍ତୁ: 'ନବୀନ ମୋତେ କିଣିବାକୁ ଚେଷ୍ଟା କରିଥିଲେ, ୩ ଜଣ ବିଧାୟକଙ୍କୁ ପଠେଇଥିଲେ': ପ୍ରତାପ ଷଡ଼ଙ୍ଗୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tight contest for fourth seat | Rajya Sabha Election Voting Today | Tight Contest for 4th Seat | Argus News