Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଲଟିଲା ବରଯାତ୍ରୀ ବସ୍, ବସରେ ଥିଲେ 45 ଯାତ୍ରୀ

Smruti Parija
Browse all articles by Smruti Parija
·2 years ago
ଓଲଟିଲା ବରଯାତ୍ରୀ ବସ୍, ବସରେ ଥିଲେ 45 ଯାତ୍ରୀ

ଜଗତସିଂହପୁର: ଓଲଟିଲା ବରଯାତ୍ରୀ ବସ । ଦୁର୍ଘଟଣାରେ 5 ଜଣ ଗୁରତର, 45 ଜଣ ଆହତ ହୋଇଛନ୍ତି l ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ତିହୁଡି ନହରଣା ମୁଖ୍ୟରାସ୍ତାର ଶୋଭା ପେଟ୍ରୋଲ ପମ୍ପ ନିକଟରେ ରାତି 2.30 ମିନିଟ୍ ରେ ଭାରସାମ୍ୟ ହରାଇ ଓଲଟିଲା ବସ l 

ସୂଚନାନୁଯାୟୀ,  ଧନହର ବେଲାରୀ ଗାଁରୁ ବରଯାତ୍ରୀ ନେଇ ବାବାମଣି ବସ ବାଲିକୁଦା ବୁଦ୍ଧିସାହି ଯାଇଥିଲା । ଆଉ ବରଯାତ୍ରୀ  ଘରକୁ ଫେରୁଥିବା ସମୟରେ ଶୋଭା ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା ବସ୍ l ଏହି ବସରେ ମୋଟ 50 ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟ୍ୟରୁ ୫ ଗୁରୁତର ହୋଇଥିବାବେଳେ 45 ଜଣ ଆହତ ହୋଇଥିଲେ l  ଗୁରୁତର ଥିବା ଆହାତ ମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
five-severely-injured-in-bus-accident-at-sova-village-jagatsinghpur | Argus News