ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକରେ ବିଶାଳ ପଦଯାତ୍ରା
·1 year ago·1 min read

ଅର୍ଗସ ବ୍ୟୁରୋ: ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକ ସହରରେ ଇସଲାମ ଧର୍ମାବଲମ୍ବୀମାନେ ଜୁଲୁସ ବା ବିଶାଳ ପଦଯାତ୍ରା ଆୟୋଜନ କରିଥିଲେ। କଟକ ସହରର ବିଭିନ୍ନ ସାହି କମିଟି, ମହଲ୍ଲା କମିଟି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ଭାଇଚାରାର ସହରରେ ହଜାର ହଜାର ସଂଖ୍ୟାରେ ଇସଲାମ ଧର୍ମାବଲମ୍ବୀ ବ୍ୟକ୍ତିମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ହାତରେ ମହମ୍ମଦଙ୍କ ବାଣୀ ଓ ଇସଲାମ ଧର୍ମୀୟ ପତାକା ଧରି ସମସ୍ତେ ପଦଯାତ୍ରାରେ ସାମିଲ ହୋଇଥିଲେ। ସବୁ ସାହି ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ପରେ ବକ୍ସି ବଜାର ଛକରେ ଏକାଠି ହୋଇ ସୂତାହାଟ ସାହି ଦେଇ ଦରଘା ବଜାର ସ୍ଥିତ କଦମ ଏ ରସୁଲ ପହଞ୍ଚିଥିଲେ। ଏହି ଅବସରରେ ସମସ୍ତେ ପରସ୍ପରକୁ ଶୁଭେଛା ଜଣେଇବା କଦମ ଏ ରସୁଲରେ ପ୍ରାର୍ଥନା କରିଥିଲେ। ଭାଇଚାରାର ସହରରେ ଶାନ୍ତି ଶୃଙ୍ଖଳା ସହ ପାଳନ କରାଗଲା ମହମ୍ମଦଙ୍କ ଜନ୍ମ ଜୟନ୍ତୀ। ସୁରକ୍ଷା ଦୃଷ୍ଟିରୁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: