Videos
|
Odisha

କମିସନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ, ସୁରକ୍ଷିତ ଭାବେ ପୂଜା ପାଳନ କରିବାପାଇଁ ଗୁରୁତ୍ୱ

Banajyotshna Ray
Browse all articles by Banajyotshna Ray
·1 year ago
କମିସନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ, ସୁରକ୍ଷିତ ଭାବେ ପୂଜା ପାଳନ କରିବାପାଇଁ ଗୁରୁତ୍ୱ

ଅର୍ଗସ ବ୍ୟୁରୋ:  କମିସନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ | ଭୁବନେଶ୍ୱର ଡିସିପି ପିନାକ ମିଶ୍ର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବିଭିନ୍ନ ଅଞ୍ଚଳ ବୁଲି ଫ୍ଲାଗ ମାର୍ଚ୍ଚ କରିଛନ୍ତି | ରାଜଧାନୀବାସୀ କେମିତି ସୁରକ୍ଷିତ ଭାବେ ପୂଜା ପାଳନ କରିବେ ତାକୁ ଗୁରୁତ୍ୱ ଦିଆଯାଇଛି | ଭୁବନେଶ୍ୱରରେ ସୁରକ୍ଷାକୁ କଡାକଡି କରାଯାଇଛି | ବିଶେଷ କରି ଟ୍ରାଫିକ ସମସ୍ୟାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି | ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିବା ପାଇଁ ପୂଜା କମିଟି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ପୂଜା ଦେଖିବା ପାଇଁ ଘରୁ ବାହାରିବା ବେଳେ ଘରେ ଡବଲ ଲକ କରିବା ସହ ସୁନା ଅଳଙ୍କାର ସବୁକୁ ସୁରକ୍ଷିତରେ ରଖିବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Flag March by Commissionerate Police | Argus News