Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିର୍ବାଚନ ପୂର୍ବରୁ ପୁରୀରେ ଫ୍ଲାଗ ମାର୍ଚ୍ଚ  

Odisha

ନିର୍ବାଚନ ପୂର୍ବରୁ ପୁରୀରେ ଫ୍ଲାଗ ମାର୍ଚ୍ଚ  

Manini Pattanayak
Browse all articles by Manini Pattanayak
·2 years ago·1 min read
ନିର୍ବାଚନ ପୂର୍ବରୁ ପୁରୀରେ ଫ୍ଲାଗ ମାର୍ଚ୍ଚ  

ପୁରୀ:  ନିର୍ବାଚନ ପରିପ୍ରେକ୍ଷୀରେ ସୁରକ୍ଷାବଳ ପକ୍ଷରୁ ପୁରୀ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ରଙ୍କ ନେତୃତ୍ବରେ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ସିଂହଦ୍ଵାର ନିକଟରୁ ବାହାରି ଶ୍ରୀମନ୍ଦିର ଚତୁର୍ପାଶ୍ବ ଓ ବଡଦାଣ୍ଡ ଦେଇ ଶରଧାବାଲି ପର୍ଯ୍ୟନ୍ତ ଯାଇଥିଲା।  

ନିର୍ବାଚନ ଅବ୍ୟବହିତ ପୂର୍ବରୁ ଶୃଙ୍ଖଳା ରକ୍ଷା ସହ ଲୋକ ମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି ଏହି ଫ୍ଲାଗ ମାର୍ଚ୍ଚର ଉଦ୍ଦେଶ୍ୟ। ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ସଶସ୍ତ୍ର ବାହିନୀ ଓ ପୋଲିସ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ଭୋଟର ସେମାନଙ୍କ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସାବ୍ୟସ୍ତ କରିବାକୁ ଜିଲ୍ଲାପାଳ ଓ ଏସପି ଅନୁରୋଧ କରିଛନ୍ତି। 

ସେହିପରି ବଡ଼ମ୍ବାରେ ବି ପୋଲିସର ଫ୍ଲାଗ୍ ମାର୍ଚ୍ଚ । ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ବଡ଼ମ୍ବା ଥାନା ଅଞ୍ଚଳରେ ନିର୍ବାଚନୀ ହିଂସା ରୋକିବା ନିମନ୍ତେ ବଡ଼ମ୍ବାରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ବଡ଼ମ୍ବା ଥାନାଧିକାରୀ ଶିବପ୍ରସାଦ ଭଦ୍ରଙ୍କ ନେତୃତ୍ବରେ ଆଠଗଡ଼ ଏସ୍‌ଡିପିଓ, ବଡ଼ମ୍ବା ଥାନା ସବ୍‌ଇ‌ନ୍ସପେଟରଙ୍କ ସହ ୩ ପ୍ଲାଟୁନ୍ ସିଆର୍‌ପିଏଫ୍ କମାଣ୍ଡୋ ଯୋଗ ଦେଇଥିଲେ । ବଡ଼ମ୍ବା ଥାନାଠାରୁ ବାହାରି ବଡ଼ଦାଣ୍ଡ ସାହି ଦେଇ ବଡ଼ମ୍ବା ଟାଉନ ପରିକ୍ରମା କରିଥିଲେ ଏହି ଟିମ୍ ।.

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

 

Sponsored
On the occasion of the election, a flag march has been conducted by security forces in Puri city | Argus News