Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏମିତି ଅଛନ୍ତି ଭୋଗରାଇବାସୀ...

Odisha

ଏମିତି ଅଛନ୍ତି ଭୋଗରାଇବାସୀ...

Smruti Parija
Browse all articles by Smruti Parija
·1 year ago·1 min read
ଏମିତି ଅଛନ୍ତି ଭୋଗରାଇବାସୀ...

ବାଲେଶ୍ୱର:  ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ସକାଳ ୬ ଟା ସୁଦ୍ଧା ୧୦.୮୬ ମିଟରରେ ପାଣି ପ୍ରବାହିତ ହେଉଛି । ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ଜଳକା । ସୁବର୍ଣ୍ଣରେଖାରେ ପାଣି କମିଥିବାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ହେଲେ ଭୋଗରାଇର ୫୦ ଗାଁ  ପାଣି ଘେରରେ ରହିଛି । ଗାଁ ସମ୍ପୂର୍ଣ୍ଣ ଜଳବନ୍ଦୀରେ ଥିବାରୁ  ଲୋକମାନଙ୍କ ପାଇଁ  ଭୋଗରାଇ ପ୍ରଶାସନ ତରଫରୁ ୬ ଟି ଡଙ୍ଗା, ୨ଟି ଓଡ୍ରାଫ ଟିମ୍ ଓ ଗୋଟିଏ ଅଗ୍ନିଶମ ବିଭାଗକୁ ନିୟୋଜିତ କରିଛି l

ଲୋକଙ୍କୁ ତଳିଆ ଅଞ୍ଚଳରୁ ଆଣି ଉଚ୍ଚ ସ୍ଥାନରେ ରଖାଯାଉଛି । ଅନ୍ୟପଟେ  ମେଡିକାଲ ଟିମ୍ ଗାଁରେ ପହଁଚି ପାଣି ବୋତଲ ,  ଆରଏସ, ଝାଡାବାନ୍ତି , ଜ୍ବର ପାଇଁ ଔଷଧ ବନ୍ୟା ବିପନ୍ନଙ୍କ ଘରକୁ ଘର ଯାଇ ଦେଉଥିବା ଦେଖିବାକୁ ମିଳିଛି । 

ବାରମ୍ବାର ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖାଯିବାର କାରଣ ହେଉଛି ସୁବର୍ଣ୍ଣରେଖା ସଂସ୍କାର ପ୍ରକଳ୍ପ ଦୀର୍ଘ ଦୀନ ହେବ ହୋଇପାରୁନି । ଯେଉଁଥିପାଇଁ ସୁବର୍ଣ୍ଣରେଖା ନଦୀ କ୍ରମଶଃ ପୋତି ହୋଇଗଲାଣି । କାରଣ ବଶତଃ ଅଳ୍ପ ବର୍ଷାରେ ନଦୀରେ ବନ୍ୟାପରିସ୍ଥିତି ସୃଷ୍ଟି ହେଉଛି । ଏ ଦିଗରେ ବାଲେଶ୍ବର ସାଂସଦ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣରେଖା ସଂସ୍କାର ପାଇଁ ଆଜି ଆଲୋଚନା ହୋଇଛି ଅଳ୍ପ ଦିନରେ ଗୁରୁତ୍ବ ଦିଆଯିବ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
flood-situation-in-bhogarai | Argus News