26 ସୁଦ୍ଧା ନକ୍ସଲଙ୍କୁ ମୁଳପୋଛ ଲକ୍ଷ୍ୟରେ ଗ୍ରାମୋଦୟକୁ ଫୋକସ

ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଚାଲିବ ନକ୍ସଲ ବିରୋଧୀ ଅପରେସନ୍, ଅନ୍ୟପଟେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଗେଇବ ବିକାଶମୂଳକ କାମ... ମାଓ ଇଲାକାର ସମସ୍ତ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଶତ ପ୍ରତିଶତ ସୁବିଧା ପହଞ୍ଚାଇବା ପାଇଁ ଆରମ୍ଭ ହେବ ଗ୍ରାମଦ୍ୟୋୟ ଯୋଜନା। ଏଥିରେ ସରକାର ନକ୍ସଲ ପ୍ରଭାବିତ 10ଟି ଜିଲ୍ଲାର 583ଟି ଗାଁ ପାଇଁ ପ୍ରସ୍ତୁତ ହୋଇଛି ପ୍ଲାନ। ତଦାରଖ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷଣ କମିଟି କାର୍ଯ୍ୟ କରିବ। ଜିଲ୍ଲା ଓ ବ୍ଲକ୍ ସ୍ତରରେ ବି କମିଟି କାମ କରିବ। ଗ୍ରାମୋଦୟ ଯୋଜନା କାର୍ଯ୍ୟକାରୀ କରିବାକୁ ତୃଣମୂଳ ସ୍ତରରେ ଜନସମ୍ପର୍କ ଶିବିର, ସଚେତନତା ଅଭିଯାନ, ଗ୍ରାମସଭା, ଅଭିଯୋଗ ଶୁଣାଣି ଆଦିର ବ୍ୟବସ୍ଥା ରହିବ ।
ମାଓବାଦ ଉପରେ ଏବେ ଅନ୍ତିମ ପ୍ରହାର ପାଇଁ ଦିଲ୍ଲୀରେ ବସିଥିବା ବୈଠକରେ ଆହ୍ବାନ ଦେଇଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା.. ନକ୍ସଲ ପ୍ରଭାବିତ 8 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରଣା ପରେ 2026 ମାର୍ଚ୍ଚ ସୁଦ୍ଧା ନକ୍ସଲ ସମସ୍ୟାରୁ ଭାରତ ସଂପୂର୍ଣ ମୁକ୍ତ ହେବ ବୋଲି କହିଥିଲେ ଶାହା
ଓଡିଶାର 10 ଜିଲ୍ଲାରେ ରହିଛି ମାଓବାଦୀଙ୍କ ପ୍ରଭାବ। କେଉଁଠି ରାସ୍ତା ସୁବିଧା ନାହିଁ ତ କେଉଁଠି ପାଣି। ସରକାରୀ ଯୋଜନା କିଛି ଜାଗାରେ ହୋଇଛି ଅପହଞ୍ଚ। ତେବେ ମିଶନ ଗ୍ରାମୋଦ୍ୟାୟରେ 583 ଗାଁର ସବୁ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଁଞ୍ଚିବା ସହ ଅଞ୍ଚଳର ବିକାଶ ପାଇଁ ସରକାରଙ୍କ ଯୋଜନା ପରେ ଶୁଣନ୍ତୁ କଣ କହୁଛନ୍ତ ମାଓ ପ୍ରଭାବିତ କୋରାପୁଟ ଓ କନ୍ଧମାଳର ଲୋକେ।
ଗତ ଶୁକ୍ରବାର ଛତିଶଗଡ଼ ନାରାୟଣପୁରର ଅବୁଝମାଡ଼ ଜଙ୍ଗଲରେ ବଡ଼ ଅପରେସନରେ ନିପାତ ହୋଇଥିଲେ 31 ଜଣ ମାଓବାଦୀ। ୨୦୧୩ରେ ଦେଶର ୧୦ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ପ୍ରଭାବିତ ଥିବାବେଳେ ୨୦୨୪ ଏପ୍ରିଲ ସୁଦ୍ଧା ଏହା ଖସି ୩୮ରେ ପହଞ୍ଚିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର