ଗୋଟିଏ ପତ୍ରରେ ଶତାଧିକ ଲୋକଙ୍କ ଭୋଜନ । ସନାତନ ସଂସ୍କୃତିର ପୁନଃ ଉତ୍ଥାପନ।

ଅର୍ଗସ ବ୍ୟୁରୋ : ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦକୁ ଭକ୍ତ ମାନେ ମିଶିକି ଖାଇଥାନ୍ତି ଏମିତି କି ଅଜଣା ଲୋକ ବି ମିଶିକି ଖାଆନ୍ତି କାରଣ ମହାପ୍ରସାଦକୁ ଅଇଁଠା କୁହାଯାଏନାହିଁ। କିନ୍ତୁ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଜାତି ଧର୍ମ ବର୍ଣ୍ଣ ଏସବୁରୁ ଉପରକୁ ଯାଇ ଭକ୍ତ ମାନେ ଏକାଠି ଗୋଟେ ପତ୍ରରେ ଖାଇବା ସହିତ ପରସ୍ପରକୁ ଖୁଆଇବାର ମଧ୍ୟ ପରମ୍ପରା ରହିଛି, ଯାହାକୁ ଏକପତ୍ରୀ ଭୋଜନ କୁହାଯାଏ। ଏହା ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆ ପଞ୍ଚାୟତ ଦେକୁରୀ ଗ୍ରାମର ହରିହାଟ ଆଶ୍ରମ। ଏହି ଆଶ୍ରମ ଆଜି ଉତ୍ସବ ମୁଖର। କେଉଁ ଆବାହାମାନ କାଳରୁ ସେଠାରେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଅବସ୍ଥିତ। ଏହି ଆଶ୍ରମର ରହିଛି ଅନେକ କିମ୍ବଦନ୍ତୀ, ଏହା ମହାପୁରୁଷଙ୍କ ମାଳିକା ପ୍ରମାଣିତ ସ୍ଥାନ ବୋଲି ମଧ୍ୟ ବିଶ୍ୱାସ ରହିଛି ।
ମାଳିକା ବର୍ଣ୍ଣିତ ଦୁଇ ହଜାର ମସିହା ପରେ ଏହି ସ୍ଥାନରେ ବଡ଼ ବଡ଼ ଯଜ୍ଞ ଅନୁଷ୍ଠିତ ହେବ ବୋଲି ଉଲ୍ଲେଖ ରହିଛି । ଏହି ଯଜ୍ଞ ବୈଶାଖ ମାସ ପୂର୍ଣ୍ଣମୀ ଶୁକ୍ଳପକ୍ଷ ତିଥିରେ ୧୯୯୯ ମସିହାରୁ ଆରମ୍ଭ ହୋଇ ପ୍ରତେକ ବର୍ଷ ଅନୁଷ୍ଠିତ କରାଯାଉଛି। ଆଜି ହେଉଛି ଗୋଷ୍ଠାଷ୍ଟମି । ଏହା ସାତ ଦିନ ଧରି ଚାଲିଥାଏ। ଆଶ୍ରମର ଗୁରୁ ଶ୍ରୀ ହରିହର ଦାସଙ୍କ ତତ୍ଵାବଧାନରେ ଏହି ଯଜ୍ଞ କରାଯାଉଛି ।୧୦୮ ସଂଖ୍ୟାର ଭଗବାନଙ୍କ ନାମରେ ଯଜ୍ଞ କୁଣ୍ଡ ସହ ଭକ୍ତଙ୍କ ମାନସିକ ଅନୁଯାୟୀ ୧ଲକ୍ଷ ଦ୍ଵୀପ ପ୍ରଜ୍ବଳନ କରାଯାଉଛି।
ଏହି ଏକପତ୍ରି ଅନ୍ନ ଭୋଜନ ୧୯୯୮ ମସିହାରୁ ଚାଲୁଅଛି । କିମ୍ବଦନ୍ତୀ ଅନୁଯାୟୀ ଦ୍ଵାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଏହି ହରିହାଟ ପଡ଼ିଆରେ ନିଜ ସାଥିମାନଙ୍କ ସହ ଗୋଟିଏ ପତ୍ରରେ ଭୋଜନ କରିଥିଲେ। ଏହି ପ୍ରଥାକୁ ଅନୁସରଣ କରି ଏଠାରେ ପ୍ରଥମେ ୧୦୮ ଯଜ୍ଞ କୁଣ୍ଡର ଚାରି ପାର୍ଶ୍ବରେ ନାମ ସଙ୍କୀର୍ତ୍ତନ କରି ଭୋଜନ ପ୍ରସ୍ତୁତ କରାଯାଏ,ପରେ ଏହାକୁ ଏକ ସ୍ଥାନରେ ମିଶ୍ରଣ କରି ପ୍ରଥମେ ଭଗବାନଙ୍କ ନିକଟରେ ଭୋଗ ଲାଗିହୁଏ ପରେ କଦଳୀ ପତ୍ର ଗୁଡ଼ିକୁ ଏକା ଧାରରେ ଏକ କରାଯାଇ ପ୍ରସାଦ ବଢ଼ାଯାଏ। ତାପରେ ଶଙ୍ଖ ଧ୍ବନି ଶୁଣିବା ମାତ୍ରେ ଶ୍ରଦ୍ଧାଳୁ ମାନେ ଉଭୟ ଉଭୟଙ୍କୁ ଖୁଆଇବା ଆରମ୍ଭ କରିଥାନ୍ତି। ପ୍ରଭୂ ଶ୍ରୀକୃଷ୍ଣ ଏହି ସ୍ଥାନରୁ କୁଡ଼ିଆ ମାଗି ନେଇ ଜଳପାନ କରିଥିବା ହେତୁ ଏହି ଗ୍ରାମର ନାମ ଦେକୁରି ରହିଛି। ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସି ଏଠାରେ ମାନସିକ କରିଥାନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର