Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ  ଫୁଡ୍‌ ଅଫିସର

Manini Pattanayak
Browse all articles by Manini Pattanayak
·1 year ago
ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ  ଫୁଡ୍‌ ଅଫିସର

 ପୁରୀ: ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଅଫିସର। ଶ୍ରୀମନ୍ଦିରର ମହାପ୍ରସାଦର, ଶୁଖିଲି ଭୋଗର ମାନ ଯାଞ୍ଚ କରିବେ ଏହି ଫୁଡ ଅଫିସର। ଏଥିସହିତ ଶ୍ରୀମନ୍ଦିର ଭିତରେ ବ୍ୟବହାର କରାଯାଉଥିବା ଭୋଗ ସଂପର୍କିତ ସାମଗ୍ରୀ ଏବଂ ଘିଅର ମଧ୍ୟ ଶୁଦ୍ଧତା ତଦାରଖ କରିବେ।

ଏନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯିବ। ବିଶେଷ କରି ଭୋଗର ମାନ ଏବଂ ଏଥିରେ ବ୍ୟବହୃତ ସମଗ୍ର ସାମଗ୍ରୀ ବାବଦରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ରହିବ। ଶ୍ରୀମନ୍ଦିର ଭିତରକୁ ଯେପରି ଅଶୁଦ୍ଧ ସାମଗ୍ରୀ ନଯିବ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Food Officer will be appointed in the administration of Shrimandir | Argus News