Videos
|
Odisha

ମହାପ୍ରସାଦ ଓ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ ଅଫିସର

Ritu Das
Browse all articles by Ritu Das
·1 year ago
ମହାପ୍ରସାଦ ଓ ଶୁଖିଲା  ଭୋଗର ମାନ ଯାଞ୍ଚ କରିବେ ଫୁଡ ଅଫିସର

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଲାଗି ନିଯୁକ୍ତ ହେବେ ଫୁଡ ଅଫିସର। ଶ୍ରୀମନ୍ଦିରରେ ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଅଫିସର। ଏନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। `ମହାପ୍ରସାଦ ଓ ଶୁଖିଲା  ଭୋଗର ମାନ ଯାଞ୍ଚ କରିବେ ଫୁଡ ଅଫିସର'। ଫୁଡ୍‌ ଅଫିସର ଶ୍ରୀମନ୍ଦିରରେ ବ୍ୟବହୃତ ସାମଗ୍ରୀର ଶୁଦ୍ଧତା ଯାଞ୍ଚ କରିବେ। 

`ବିଶେଷ କରି ଭୋଗ ସାମଗ୍ରୀ ଏବଂ ଘିଅର ଶୁଦ୍ଧତା ତଦାରଖ କରିବେ। ଏନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେବ ଏକ ମାର୍ଗଦର୍ଶିକା'। ମାର୍ଗଦର୍ଶିକାରେ ଭୋଗର ମାନ ସଂପର୍କରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ରହିବ। ଶ୍ରୀମନ୍ଦିରରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ବାବଦରେ ବି ନିର୍ଦ୍ଦେଶନାମା ରହିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Food officer | Argus News