Food Turns Poisonous / ଖାଦ୍ୟ ହେଲା ବିଷ, ସକାଳୁ ସକାଳୁ ଚାଲିଗଲା ୩ ଜଣଙ୍କ ଜୀବନ
·8 months ago·2 min read

Key Points
ଗୋଟିଏ ପରିବାରର ୩ ମୃତ
ଢେଙ୍କାନାଳ କଣ୍ଟାବଣିଆ ଥାନା ଅସନବଣି ଗାଁରେ ଚାଞ୍ଚଲ୍ୟ
ଖାଦ୍ୟ ବିଷକ୍ରିୟାରୁ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ

ହସଖୁସିର ସଂସାରରେ ଲାଗିଗଲା କାହାର ନଜର। ଘରେ ଆଜି ଭଳିକି ଭଳି ରୋଷେଇ ହେବ ସମସ୍ତେ ମିଶିକି ଖାଇବୁ ଏଭଳି ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ହେଲେ ହଠାତ୍ ମାଡ଼ିଆସିଲା ଦୁଃଖ ଆଉ ଚାଲିଗଲା ଘରର ତିନି ଜଣଙ୍କ ମୁଣ୍ଡ। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅସନବଣି ଗାଁରେ ଚାଞ୍ଚଲ୍ୟ ଦେଖିବାକୁ ମିଳିଛି । ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ଚାଲିଯାଇଛି । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମାଆ ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ ।
ସୂଚନା ଅନୁସାରେ ଗତକାଲି ରାତିରେ ମାଆ ଗୋଲାପ ସାହୁ, ବଡ଼ ପୁଅ ଭାରତ ସାହୁ ଓ ସାନ ପୁଅ ଲିଟୁ ସାହୁ ଚିକେନ୍ ଭାତ ଓ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ତେବେ ସକାଳେ ଅସୁସ୍ଥ ହୋଇ ପଡ଼ିଥିଲେ । ଯେତେ ଉଠାଇଲେ ମଧ୍ୟ ଉଠି ନଥିଲେ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି । କିଏ ଜାଣିଥିଲା ଏମିତି କିଛି ହେବ ବୋଲି। ଆଉ ସୁଖର ସଂସାରରେ ଏମିତି ଦୁଃଖ ମାଡ଼ିଆସିବ ବୋଲି। ଖାଦ୍ୟ ପାଲଟିଲା ବିଷ । ଚିକେନ୍ ସହ ପାଳଙ୍ଗ ଶାଗ ଖାଇ ଗୋଟିଏ ପରିବାରର ୩ ଜଣ ରାତିରେ ଶୋଇଥିଲେ । ସକାଳୁ ପଡୋଶୀ ଲୋକଙ୍କ ସନ୍ଦେହ ହେବାରୁ ଘରର କବାଟ ଖୋଲିଥିଲେ । ଏହାପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ଏଥିସହ ପଢ଼ନ୍ତୁ: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ପରେ ସିଲ୍ ହେଲା ମେଡିକାଲ
ହେଲେ ସେତେବେଳେକୁ ବହୁତ ବିଳମ୍ବ ହୋଇସାରିଥିଲା । ମେଡିକାଲରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସମସ୍ତଙ୍କ ମୃତଦେହ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନନ୍ତର କରାଯିବ । ତେବେ ଫୁଡ୍ ପଏଜନିଂ ହେଉ ଅବା ଅନ୍ୟ କେଉଁ କାରଣରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ତାହା ଏବେ ଯାଏଁ ଜଣାପଡିନାହିଁ । ଅନୁଗୋଳ ଓ କଣ୍ଟାବଣିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ଏବଂ ପ୍ରାଥମିକ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ । ଅନ୍ୟପଟେ ଏଖବର ପରେ ଗାଁରେ ଭୟାବହ ପରିସ୍ଥିତି ଦେଖିବାକୁ ମଳିଛି। କଣ ହେଲା ଏମିତି ସକାଳୁ ସକାଳୁ ତିନି ଜଣଙ୍କର ଜୀବନ ଚାଲିଯିବା ନିଶ୍ଚିନ୍ତ ଭାବରେ ଚିନ୍ତାର ବିଷୟ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: