Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ପରେ ସିଲ୍ ହେଲା ମେଡିକାଲ

Odisha

hospital sealed in Berhampur / ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ପରେ ସିଲ୍ ହେଲା ମେଡିକାଲ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·1 min read
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ପରେ ସିଲ୍ ହେଲା ମେଡିକାଲ
Hospital Seal

Key Points

ରୋଗୀ ମୃତ୍ୟୁ ପରେ ସିଲ୍ ହେଲା ମେଡିକାଲ
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ପରେ ଦେଖା ଦେଇଥିଲା ଉତ୍ତେଜନା
ହସ୍ପିଟାଲ ସିଲ୍‌ କଲା ପ୍ରଶାସନ
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟ ଦି ମୁନ୍‌ ହସ୍ପିଟାଲ ନାମରେ ସାଂଘାତିକ ଅଭିଯୋଗ । ହସ୍ପିଟାଲ ସିଲ୍‌ କଲା ପ୍ରଶାସନ । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ପରେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଶବ ଧରି ମୁନ୍‌ ହସ୍ପିଟାଲ ଆଗରେ ଧାରଣା ଦେଇଥିଲେ । ମେଡିକାଲ କର୍ତ୍ତୃପକ୍ଷଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: 'ଅଦିନିଆ ରଥଯାତ୍ରା ହେଉଛି ଏକ ନମ୍ବର ଅପପ୍ରଚାର’


ମିଳିଥିବା ସୂଚନା ଅନୁସାରେ, ଜରଡ଼ା ଥାନା ତୁମ୍ବାଗଡ଼ ଗ୍ରାମର ବିଜୟ ପ୍ରଧାନ ଗତ ଦୁଇଦିନ ତଳେ ଦୁର୍ଘଟଣାରେ ଆହତ ହୋଇଥିଲେ । ଜଣେ ବ୍ୟକ୍ତି ଦି ମୁନ୍‌ ହସ୍ପିଟାଲର କର୍ମଚାରୀ ଦର୍ଶ।ଇ ସେହି ହସ୍ପିଟାଲ୍‌କୁ ନେଇଥିଲେ । ସେଠାରେ ରାତିରେ ଅସ୍ତ୍ରୋପଚାର କରିବା ଲାଗି ପ୍ରକ୍ରିୟା ଆରମ୍ଭ ହେଲା । କିନ୍ତୁ ଡାକ୍ତର ଅସ୍ତ୍ରୋପଚାର କରିବା ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଥିଲା । ଏହାପରେ ଦି ମୁନ୍ ମେଡିକାଲ କର୍ତ୍ତୃପକ୍ଷ ସେଠାରେ ତାଙ୍କର ଚିକିତ୍ସା କରିବା ପରିବର୍ତ୍ତେ ନିଜେ ଏକ ଆମ୍ବୁଲାନ୍ସରେ MKCG ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୁନ୍‌ ହସ୍ପିଟାଲର ଅବହେଳା ଯୋଗୁଁ ବିଜୟଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ୨୦ ଲକ୍ଷ ଟଙ୍କା ସହ ମେଡିକାଲର ଲାଇସେନ୍ସ ରଦ୍ଧ ପାଇଁ ଦାବି କରିଛନ୍ତି ମୃତ ବିଜୟଙ୍କ ପରିବାର ଲୋକେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Argus Whatsapp Channel Mobile Top
Sponsored
Medical Sealed After Patient Death Due to Alleged Negligence in Berhampur | Argus News