Food Safety Raid / ପୂଜା ମଣ୍ଡପ ପାଖ ଫୁଡ୍ ଷ୍ଟଲ୍ରେ ଚଢ଼ାଉ, ବାସି ଖାଦ୍ୟ ଉପରେ କଡ଼ା ନଜର
·2 hours ago·2 min read

Key Points
ପୂଜା ମଣ୍ଡପ ପାଖ ଫୁଡ୍ ଷ୍ଟଲ୍ରେ ଚଢ଼ାଉ
ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ପାଖ ଫୁଡ୍ ଷ୍ଟଲ୍ରେ ଚଢ଼ାଉ
ବାସି ଖାଦ୍ୟ ଉପରେ ଫୁଡ୍ ସେଫ୍ଟି ବିଭାଗର କଡ଼ା ନଜର

ଭୁବନେଶ୍ବର,୧୮/୧୦: ପାର୍ବଣ ଋତୁରେ ଖାଦ୍ୟର ମାନ ଓ ପରିଚ୍ଛନ୍ନତା ଯାଞ୍ଚକୁ ଜୋରଦାର କରିଛି ଫୁଡ୍ ସେଫ୍ଟି ବିଭାଗ। ପୂଜା ମଣ୍ଡପ ନିକଟରେ ଖୋଲିଥିବା ବିଭିନ୍ନ ଫୁଡ୍ ଷ୍ଟଲ୍ରେ ଚାଲିଛି ଚଢ଼ାଉ। ଖାଦ୍ୟ ପ୍ରସ୍ତୁତିରେ ସ୍ୱଚ୍ଛତା ରକ୍ଷା କରାଯାଉଛି କି ନାହିଁ, ଖାଦ୍ୟର ମାନ ଠିକ୍ ଅଛି କି ନାହିଁ ଏବଂ ବାସି ଖାଦ୍ୟ ବିକ୍ରି ହେଉଛି କି ନାହିଁ, ସେସବୁ ଦିଗ ଉପରେ ଯାଞ୍ଚ କରାଯାଉଛି। ଭୁବନେଶ୍ୱରର ରସୁଲଗଡ଼ ପୂଜା ମଣ୍ଡପ ନିକଟରେ ଥିବା ଫୁଡ୍ ଷ୍ଟଲ୍ଗୁଡ଼ିକରେ ସ୍ପେସାଲ୍ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି।
ପାର୍ବଣ ସମୟରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଅସ୍ଥାୟୀ ଖାଦ୍ୟ ଷ୍ଟଲ୍ ଖୋଲିଥାଏ। ଏଠାରେ ଚାଟ୍, ଗୁପଚୁପ୍, ଦହିବରା, ଫାଷ୍ଟଫୁଡ୍ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖାଦ୍ୟ ମିଳିଥାଏ। ପୂଜା ଦେଖିବାକୁ ଆସୁଥିବା ଲୋକେ ଏହି ଷ୍ଟଲ୍ଗୁଡ଼ିକରେ ଖାଦ୍ୟ ଖାଇଥାନ୍ତି। ଫଳରେ ଏହି ସମୟରେ ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତା ରକ୍ଷା କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଉପରେ ନଜର
ଫୁଡ୍ ସେଫ୍ଟି ବିଭାଗର ଟିମ୍ ବିଶେଷକରି ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତି, ଖାଦ୍ୟ ସାମଗ୍ରୀର ସଠିକ୍ ସଂରକ୍ଷଣ ଏବଂ ସ୍ୱଚ୍ଛତା ନିୟମ ପାଳନ ଉପରେ ଗୁରୁତ୍ୱ ଦେଉଛି। ଷ୍ଟଲ୍ରେ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ସମୟରେ ପରିଚ୍ଛନ୍ନତା ରକ୍ଷା କରାଯାଉଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି।
ପଢନ୍ତୁ ଏହି ଖବର: କୁମାର ପୂର୍ଣ୍ଣିମା କେବେ? ୨୫ରେ ପାଳିବେ ନା ୨୬ରେ ପାଳିବେ? ଜାଣିବା କାହିଁକି ରହିଛି ଦ୍ୱନ୍ଦ୍ୱ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖାଦ୍ୟକୁ ଖୋଲାରେ ରଖିବା, ଅପରିଷ୍କାର ସ୍ଥାନରେ ରୋଷେଇ କରିବା ଏବଂ ନିୟମ ଅନୁସାରେ ଖାଦ୍ୟ ସଂରକ୍ଷଣ ନକରିବା ଭଳି ଅବହେଳା ଉପରେ ବିଭାଗର କଡ଼ା ନଜର ରହିଛି। ଏହାଦ୍ୱାରା ଖାଦ୍ୟ ଖାଇବା ପରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ ପଡ଼ିବାର ଆଶଙ୍କାକୁ ଏଡ଼ାଇବା ଲକ୍ଷ୍ୟ ରଖାଯାଇଛି।
ବାସି ଖାଦ୍ୟ ମିଳିଲେ ହେବ କାର୍ଯ୍ୟାନୁଷ୍ଠାନ
ଯାଞ୍ଚ ସମୟରେ ବାସି ଖାଦ୍ୟ ଠାବ ହେଲେ ସମ୍ପୃକ୍ତ ଷ୍ଟଲ୍ ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଖାଦ୍ୟ ବ୍ୟବସାୟୀମାନେ ଯେପରି ନିୟମ ମାନି ବ୍ୟବସାୟ କରିବେ ଏବଂ ଗ୍ରାହକଙ୍କୁ ସୁରକ୍ଷିତ ଖାଦ୍ୟ ଯୋଗାଇବେ, ସେଥିପାଇଁ ଏହି ଯାଞ୍ଚ ଅଭିଯାନ ଗୁରୁତ୍ୱ ବହନ କରୁଛି।
ପ୍ରଥମ ପର୍ଯ୍ୟାୟରେ ରସୁଲଗଡ଼ ପୂଜା ମଣ୍ଡପ ନିକଟରେ ଥିବା ଫୁଡ୍ ଷ୍ଟଲ୍ଗୁଡ଼ିକରେ ଏହି ଯାଞ୍ଚ ଆରମ୍ଭ ହୋଇଛି। ପାର୍ବଣ ସମୟରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଖାଦ୍ୟର ମାନ ଓ ପରିଚ୍ଛନ୍ନତା ଉପରେ ନଜର ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ତେବେ ଲୋକମାନେ ମଧ୍ୟ ରାସ୍ତାକଡ଼ ଓ ପୂଜା ମଣ୍ଡପ ନିକଟରେ ଖାଦ୍ୟ କିଣିବା ସମୟରେ ସତର୍କ ରହିବା ଆବଶ୍ୟକ। ଖାଦ୍ୟର ପରିଚ୍ଛନ୍ନତା, ପ୍ରସ୍ତୁତି ସ୍ଥାନ ଓ ସଂରକ୍ଷଣ ପ୍ରଣାଳୀ ପ୍ରତି ଧ୍ୟାନ ଦେବା ଜରୁରୀ। ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ସହ ପାର୍ବଣ ସମୟରେ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ହିଁ ଏହି ଯାଞ୍ଚ ଅଭିଯାନର ମୁଖ୍ୟ ଲକ୍ଷ୍ୟ।

Related Topics
Explore more stories