Videos
|
Odisha

Kumar Purnima Confusion / କୁମାର ପୂର୍ଣ୍ଣିମା କେବେ? ୨୫ରେ ପାଳିବେ ନା ୨୬ରେ ପାଳିବେ? ଜାଣିବା କାହିଁକି ରହିଛି ଦ୍ୱନ୍ଦ୍ୱ?

Bikash Mohanty
Browse all articles by Bikash Mohanty
·1 hour ago·2 min read
କୁମାର ପୂର୍ଣ୍ଣିମା କେବେ? ୨୫ରେ ପାଳିବେ  ନା ୨୬ରେ ପାଳିବେ?  ଜାଣିବା କାହିଁକି ରହିଛି ଦ୍ୱନ୍ଦ୍ୱ?
Kumar Purnima Confusion

Key Points

କୁମାର ପୂର୍ଣ୍ଣିମା ପାଳନକୁ ନେଇ ପୁଣି ଦ୍ୱନ୍ଦ୍ୱ
୨୫ରେ ଆଞ୍ଜୁଳି ଟେକା ଓ ଗଜଲକ୍ଷ୍ମୀ ପୂଜା
୨୬ରେ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା
୧୮/୧୦: କୁମାର ପୂର୍ଣ୍ଣିମା ଦିନ ଧାର୍ଯ୍ୟକୁ ନେଇ ପୁଣି ଦ୍ୱନ୍ଦ୍ୱ । ଶ୍ରୀମନ୍ଦିର ଓ ମୁକ୍ତିମଣ୍ଡପ ଅନୁମୋଦିତ ପାଞ୍ଜିରେ ୨୫ ତାରିଖ କୁମାର ଉତ୍ସବ, ଚନ୍ଦ୍ରପୂଜା ଓ ଗଜଲକ୍ଷ୍ମୀ ପୂଜା ବୋଲି ଉଲ୍ଲେଖ କରାଯାଇଥିବା ବେଳେ ଏହା ପରଦିନ ଅର୍ଥାତ୍‌ ୨୬ ତାରିଖ କୁମାର ପୂର୍ଣ୍ଣିମା ଓ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଉଲ୍ଲେଖ ରହିଛି । ଦୁଇଦିନ ପୂର୍ଣ୍ଣମୀ ପାଳନ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । କୁମାରୀମାନେ କେଉଁଦିନ ଆଞ୍ଜୁଳି ଟେକିବେ, ପୂର୍ଣ୍ଣମୀର ଚନ୍ଦ୍ରପୂଜା କରିବେ ଓ କାର୍ତ୍ତିକ ବ୍ରତଧାରୀ କେଉଁଦିନ ସଂକଳ୍ପ କରି ବ୍ରତ ଆରମ୍ଭ କରିବେ ତାହା ଦ୍ୱନ୍ଦ୍ୱର ବିଷୟ ହୋଇଛି ।

ଏନେଇ ବରିଷ୍ଠ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଛନ୍ତି, ପାଞ୍ଜିରେ ପୂର୍ଣ୍ଣିମା ପାଳନକୁ ନେଇ ଦୁଇଟି ତାରିଖ ରହିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ଅକ୍ଟୋବର ୨୫ ତାରିଖରେ କୁମାର ପୂର୍ଣ୍ଣିମା ରହିଛି । ଏହିଦିନ ପୂର୍ବାହ୍ଣ ୧୧ଟା ୫୬ ପରଠାରୁ ପୂର୍ଣ୍ଣିମା ତିଥି ପ୍ରବେଶ କରୁଛି । ତେଣୁ କୁମାରୀମାନେ ଆଞ୍ଜୁଳି ଟେକା ପ୍ରତ୍ୟୁଷରୁ କରିବେ । ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ଉଦୟ ହେବେ । ତେଣୁ ଚନ୍ଦ୍ରପୂଜା କରିବା ବିଧେୟ ।

ପଢନ୍ତୁ ଏହି ଖବର: ଏଥର ଜଳିବ ୩୦ ଫୁଟ୍‌ର କକ୍ରୋଚ୍, ଜାଣନ୍ତୁ କାହିଁକି

ସେହିପରି ଗଜଲକ୍ଷ୍ମୀ ପୂଜା ମଧ୍ୟ ଅକ୍ଟୋବର ୨୫ ତାରିଖରେ ହିଁ ପାଳନ ହେବ । ପ୍ରଦୋଷ ଓ ମଧ୍ୟରାତ୍ରି ଯୋଗରେ କୁମାର ପୂର୍ଣ୍ଣମୀ ବା କୋଜାଗର ବ୍ରତ ପାଳନ ହୁଏ । ପୂର୍ଣ୍ଣମୀର ଚନ୍ଦ୍ର ଯେଉଁଦିନ ଉଦୟ ହୁଅନ୍ତି ସେହିଦିନ ଚନ୍ଦ୍ରପୂଜା, ଚନ୍ଦ୍ର ଉପବାସ କରାଯାଏ । ଶ୍ରୀମନ୍ଦିରରେ କିନ୍ତୁ ଉଦୟ ପର୍ବ ଅନୁସାରେ ଅକ୍ଟୋବର ୨୬ ତାରିଖରେ ପାଳିତ ହେବ କୁମାର ପୂର୍ଣ୍ଣିମା । ୨୬ ତାରିଖ ଦିନ ୯ଟା ୪୧ ପର୍ଯ୍ୟନ୍ତ ପୂର୍ଣ୍ଣିମା ତିଥି ରହିଛି । ୨୫ କିମ୍ବା ୨୬ ତାରିଖ ଦିନ ପୂର୍ଣ୍ଣିମା ତିଥି ରହୁଥିବା ସମୟ ଭିତରେ କାର୍ତ୍ତିକ ବ୍ରତାଚାରୀମାନେ ସଂକଳ୍ପ କରି ବ୍ରତ ଆରମ୍ଭ କରିପାରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
​​​​​​​

ଦଶହରା ପାଳନକୁ ନେଇ ପାଞ୍ଜିରେ ଦୁଇଟି ଦିନ ଧାର୍ଯ୍ୟ ହେବା ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ବେଳେ ଏବେ ପୂର୍ଣ୍ଣିମା ଦିନ ଧାର୍ଯ୍ୟକୁ ନେଇ ଦ୍ୱନ୍ଦ୍ୱ ଓ ଆଲୋଚନା ଦେଖାଦେଇଛି । ପାଞ୍ଜିରେ ୨୦ ତାରିଖ ପୀଠେ ଦଶହରା ଓ ୨୧ ତାରିଖରେ ଶ୍ରୀମନ୍ଦିରରେ ଦଶହରା ଉଲ୍ଲେଖ କରାଯାଇଛି । ଯାହା ଆଲୋଚନାର ବିଷୟ ହୋଇଛି ।