Videos
|
Odisha

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବୋହୂର ଧାରଣା

Ritu Das
Browse all articles by Ritu Das
·2 years ago·2 min read
ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବୋହୂର ଧାରଣା

ଅର୍ଗସ ବ୍ୟୁରୋ: ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ଦୀର୍ଘ 20 ଦିନ ଧରି ଧାରଣାରେ ବସିରହିଛି ବୋହୂ। ଘର ଭିତରେ କେହି ନଥିବାବେଳେ ବୋହୂକୁ ଘରେ ରଖିବା ପାଇଁ ହାତରେ ଛୋଟ ପୁଅକୁ ଧରି ଆଜି ପର୍ଯ୍ୟନ୍ତ ଘର ଆଗରେ ବସିରହିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତର ବଇଁଚା ଗ୍ରାମରେ। 

2018 ମସିହାରେ ବଇଁଚା ଗ୍ରାମର ଗଙ୍ଗାଧର ବେହେରାଙ୍କ ପୁଅ ଅକ୍ଷୟ କୁମାର ବେହେରା ତିହିଡି ବୁଧପୁର ଅଞ୍ଚଳର ଦୀପାରାଣୀ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ।  ବିବାହର କିଛି ମାସ ଭଲରେ କଟିବା ପରେ ଯୌତୁକ ଜନିତ ନିର୍ଯାତନା ଆରମ୍ଭ ହେଇଥିଲା । ସ୍ୱାମୀ ରାଜ୍ୟ ବାହାରେ ରହି କାମ କରୁଥିବାବେଳେ ଘରେ ଅନ୍ୟମାନେ ଦୀପାରାଣୀଙ୍କୁ ନିର୍ଯାତନା ଦେଉଥିଲେ । ଯାହାକୁ ନେଇ ବାରମ୍ବାର ସେ ଅଭିଯୋଗ କରିଥିଲେ । ପରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହେଇଥିଲା । ତା ପରେ ମଧ୍ୟ ନିର୍ଯାତନା କମି ନ ଥିଲା । ଶେଷରେ ଗତ ମାସ 20ତାରିଖରେ ଶ୍ୱଶୁର ଘର ଲୋକେ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଦୀପାରାଣୀ ଚିତ୍କାର କରିଥିଲେ। ଏହାଶୁଣି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ। ଆଜି ଶ୍ୱଶୁର ଓ ନଣନ୍ଦଙ୍କୁ ବାସୁଦେବପୁର ପୋଲିସ ପଚରାଉଚରା କରିଛି। ଦୀପାରାଣୀଙ୍କ ଅଭିଯୋଗ ପରେ ପୋଲିସ ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । 

ଏବେ ଘରେ କେହି ନାହାନ୍ତି । ଘରେ ଚାବି ପଡିଛି । ହେଲେ ନ୍ୟାୟ ଦାବିରେ ବୋହୁ ଘର ଆଗରେ ଛୋଟ ପୁଅକୁ ଧରି ଧାରଣାରେ ବସିଛି । ସ୍ୱାମୀଙ୍କର ଏବେବି ପତ୍ତା ମିଳୁନଥିବାବେଳେ ଶ୍ୱଶୁର ଘର ଲୋକେ ଘର ଛାଡ଼ି ବାହାରେ ରହୁଛନ୍ତି। ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ଦୀପାରାଣୀ। ତାଙ୍କୁ ନ୍ୟାୟ ମିଳିବାକୁ ସେ ଦାବି କରିଛନ୍ତି। ଘରେ ରହିବାକୁ ତାଙ୍କୁ ଜାଗା ଦରକାର ନ ହେଲେ ଛୁଆକୁ ଧରି ଯିବେ କୁଆଡେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
for demanding justice | Argus News